ମହେନ୍ଦ୍ରଗିରି ଶୈବପୀଠରୁ ଫେରୁଥିବା ବେଳେ ଦୁର୍ଘଟଣା: ଘାଟିରୁ ଖସିଲା ପିକ୍ଅପ୍ ଭ୍ୟାନ୍
ପାରଳାଖେମୁଣ୍ଡି: ଆଜି ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶୈବପିଠ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ମହେନ୍ଦ୍ରଗିରି ଶୈବ ପୀଠରୁ ଫେରୁଥବା ସମୟରେ ଘାଟି ଉପରୁ ଖସି ପଡିଛି ଏକ ମ୍ଯାକ୍ସ ପିକ ଅପ ଭ୍ୟାନ । ଗଜପତି ଘାଟିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଘାଟିରୁ ପାଖାପାଖି ୩୦ ଫୁଟ୍ ତଳକୁ ପିକଅପ୍ ଭ୍ୟାନ୍ ଖସିପଡ଼ିଥିବା ଖବର ମିଳିଛି ।

ମନ୍ଦ୍ରେଗିରି ଶୈବପୀଠରୁ ଫେରିବାବେଳେ ବୁରଖତ ନିକଟ ମାଡବା ଠାରେ ପିକଅପ୍ ଭ୍ୟାନଟି ଖସିପଡ଼ିଥିଲା। ଦୁର୍ଘଟଣାରେ ଏବେ ଯାଇନେ ୫ ଜଣ ଆହତ ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛି ସ୍ଥାନୀୟ ପୁଲିସ । ଅନ୍ୟପଟେ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଭ୍ୟାନରେ ବସିଥିବା ଯାତ୍ରୀମାନେ ଶୈବପୀଠ ଦର୍ଶନ କରି ଫେରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇଥିବା ଅନୁମାନ କରା ଯାଉଛି।












Click it and Unblock the Notifications