ଫେବ୍ରୁଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ, ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍‌

ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ୧୯ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ ପରୀକ୍ଷା । ୧୯ ତାରିଖ ସକାଳ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ମିନିଟ ସମୟ ଦିଆଯିବ ବୋଲି କୁହାଯାଇଛି ।

Matriculation exams

ତେବେ କେଉଁ ଦିନ କେଉଁ ପରୀକ୍ଷା ରହିଛି ତାହାର ପୁରା କାର୍ଯ୍ୟ ସୂଚୀ ବୋର୍ଡ ପକ୍ଷରୁ ଦିଆଯାଇଛି । ଫେବୃଆରୀ ୧୯ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏହାପରେ ୨୧ରେ ଇଂରାଜୀ, ୨୩ରେ ସଂସ୍କୃତ ଏବଂ ହିନ୍ଦୀ, ୨୫ରେ ବିଜ୍ଞାନ ପରୀକ୍ଷା ରହିଥିବା ବେଳେ ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+