ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ
ମାଟ୍ରିକ ପରୀକ୍ଷାଫଳକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଉତ୍କଣ୍ଠିତ ଅଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବଡ଼ ଘୋଷଣା କରିଛନ୍ତି।
ଭୁବନେଶ୍ବର: ମାଟ୍ରିକ ପରୀକ୍ଷାଫଳକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଉତ୍କଣ୍ଠିତ ଅଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଚଳିତ ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ଫଳାଫଳ ପ୍ରକାଶ ପାଇବ।

ଏହାଦ୍ବାରା ପରୀକ୍ଷାଫଳ ପ୍ରକାଶନ ପ୍ରକ୍ରିୟା ସହଜ ଓ ସରଳ ହେବ ବୋଲି ସୂଚନା ମିଳିଛି। ରାଜ୍ୟ ମଧ୍ୟରେ ସବଜେକ୍ଟିଭ୍ ପେପର ମୂଲ୍ୟାୟନ ଚାଲିଥିବାବେଳେ ଏକକାଳୀନ ରାଜ୍ୟ ବାହାରେ ଅବଜେକ୍ଟିଭ୍ ଖାତା ମୂଲ୍ୟାୟନ ଚାଲିଛି। ତାହା ମଧ୍ୟ ସରିଯାଇଥିବା ଜଣାପଡ଼ିଛି। ଫଳରେ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପାଇଁ ଆଉ ପାଖାପାଖି ଦୁଇ ସପ୍ତାହ ସମୟ ଲାଗିବ। ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ଚାଲିଥିବା ବେଳେ ଫଳାଫଳକୁ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ ଉଦ୍ୟମ ଜାରି ରଖିଛି।












Click it and Unblock the Notifications