ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ, 90.55 ପ୍ରତିଶତ ପାସ୍
ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ। ଦୀର୍ଘ ଦୁଇ ବର୍ଷ ପରେ ପରୀକ୍ଷା ଅଫ ଲାଇନ ମାଧ୍ୟମରେ ହୋଇଛି । ପରୀକ୍ଷା ପରେ ମୂଲ୍ୟାୟନ କରି ପ୍ରକାଶ କରାଯାଇଛି ଫଳ। ଏଥର 90.55.% ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ଭୁବନେଶ୍ବର: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ। ଦୀର୍ଘ ଦୁଇ ବର୍ଷ ପରେ ପରୀକ୍ଷା ଅଫ ଲାଇନ ମାଧ୍ୟମରେ ହୋଇଛି । ପରୀକ୍ଷା ପରେ ମୂଲ୍ୟାୟନ କରି ପ୍ରକାଶ କରାଯାଇଛି ଫଳ। ଏଥର 90.55.% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପୁସ୍ତିକା ରିଲିଜ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟର ମାଲକାନଗିରି 2 ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ ରିଜଲ୍ଟ ଜିରୋ ।

କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଉପସ୍ଥିତିରେ ଅପରାହ୍ଣ 1ଟାରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ଅପରାହ୍ନ 2 ଠାରୁ www.bseodisha.ac.in ଏବଂ www.bseodisha.nic.in ୱେବ୍ସାଇଟ୍ରେ ସେମାନଙ୍କ ମାର୍କ ଜାଣିପାରିବେ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ମେ 21ରୁ ରାଜ୍ୟର 58ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ଖାତା ଦେଖା ହୋଇଛି। ଇଣ୍ଟରନାଲ୍ ଆସେସମେଣ୍ଟ, ସମେଟିଭ ଆସେସମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସ୍ମେଣ୍ଟ ଟୁ ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି ।ଚଳିତ ବର୍ଷ ପରୀକ୍ଷାରେ 5 ଲକ୍ଷ 17 ହଜାର 847 ଛାତ୍ରଛାତ୍ରୀ ପାସ କରିଛନ୍ତି । ଫେଲ ହୋଇଛନ୍ତି 8 ହଜାର 699 ଛାତ୍ରଛାତ୍ରୀ । 2 ଲକ୍ଷ 56 ହଜାର 877 ପୁଅ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର 88.77 ପ୍ରତିଶତ । ସେହିଭଳି 2 ଲକ୍ଷ 60 ହଜାର 970 ଝିଅ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର 92.37 ପ୍ରତିଶତ ରହିଛି । ଏ1 ଗ୍ରେଡରେ 8119 ଛାତ୍ରଛାତ୍ରୀ , ଏ2 ଗ୍ରେଡରେ 54ହଜାର 889,1ଗ୍ରେଡରେ 1ଲକ୍ଷ 20ହଜାର 312 ବିଗ୍ରେଡରେ 1 ଲକ୍ଷ 42ହଜାର 599ଛାତ୍ରୀ ପାସ କରିଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications