For Quick Alerts
Turn On Notification  
For Daily Alerts
Oneindia App Download

ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ, 90.55 ପ୍ରତିଶତ ପାସ୍‌

ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ। ଦୀର୍ଘ ଦୁଇ ବର୍ଷ ପରେ ପରୀକ୍ଷା ଅଫ ଲାଇନ ମାଧ୍ୟମରେ ହୋଇଛି । ପରୀକ୍ଷା ପରେ ମୂଲ୍ୟାୟନ କରି ପ୍ରକାଶ କରାଯାଇଛି ଫଳ। ଏଥର 90.55.% ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

|

ଭୁବନେଶ୍ବର: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ। ଦୀର୍ଘ ଦୁଇ ବର୍ଷ ପରେ ପରୀକ୍ଷା ଅଫ ଲାଇନ ମାଧ୍ୟମରେ ହୋଇଛି । ପରୀକ୍ଷା ପରେ ମୂଲ୍ୟାୟନ କରି ପ୍ରକାଶ କରାଯାଇଛି ଫଳ। ଏଥର 90.55.% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପୁସ୍ତିକା ରିଲିଜ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟର ମାଲକାନଗିରି 2 ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ ରିଜଲ୍ଟ ଜିରୋ ।

result

କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଉପସ୍ଥିତିରେ ଅପରାହ୍ଣ 1ଟାରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ଅପରାହ୍ନ 2 ଠାରୁ www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରେ ସେମାନଙ୍କ ମାର୍କ ଜାଣିପାରିବେ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ମେ 21ରୁ ରାଜ୍ୟର 58ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ଖାତା ଦେଖା ହୋଇଛି। ଇଣ୍ଟରନାଲ୍ ଆସେସମେଣ୍ଟ, ସମେଟିଭ ଆସେସମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସ୍ମେଣ୍ଟ ଟୁ ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି ।ଚଳିତ ବର୍ଷ ପରୀକ୍ଷାରେ 5 ଲକ୍ଷ 17 ହଜାର 847 ଛାତ୍ରଛାତ୍ରୀ ପାସ କରିଛନ୍ତି । ଫେଲ ହୋଇଛନ୍ତି 8 ହଜାର 699 ଛାତ୍ରଛାତ୍ରୀ । 2 ଲକ୍ଷ 56 ହଜାର 877 ପୁଅ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର 88.77 ପ୍ରତିଶତ । ସେହିଭଳି 2 ଲକ୍ଷ 60 ହଜାର 970 ଝିଅ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର 92.37 ପ୍ରତିଶତ ରହିଛି । ଏ1 ଗ୍ରେଡରେ 8119 ଛାତ୍ରଛାତ୍ରୀ , ଏ2 ଗ୍ରେଡରେ 54ହଜାର 889,1ଗ୍ରେଡରେ 1ଲକ୍ଷ 20ହଜାର 312 ବିଗ୍ରେଡରେ 1 ଲକ୍ଷ 42ହଜାର 599ଛାତ୍ରୀ ପାସ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
This year's matriculation test results have been released. The exam has been conducted offline after two long years. The results have been evaluated and published after the test. This time 90.55%.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X