ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ-୨୦୨୪ , ଜାଣନ୍ତୁ କେତେ ରହିଛି ପାସ ହାର

ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ-୨୦୨୪ ଆଜି ପ୍ରକାଶ ପାଇଛି। ଏଥର ମୋଟ ୭୯୬ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍‌ କରିଛନ୍ତି। ଅର୍ଥାତ୍ ପାସ୍ ହାର ୫୫.୪% ରହିଛି।

Matric Supplementary Result

ସେହିପରି ଆଜି ଷ୍ଟେଟ ଓପନ୍‌ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ଏସ୍‌ଓଏସ୍‌ସି) ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି। ଏଥିରେ ସମସ୍ତ ୫ଟି ବିଷୟରେ ୧୬ ହଜାର ୯୦୮ ଜଣ ପରୀକ୍ଷା ଦେଇଥିବା ବେଳେ ୯୪୩୫ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ପାସ୍ ହାର ୫୫.୮୭% ରହିଛି।

ଯେଉଁ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ନେଇ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ଖାତା ଚେକିଂ ପାଇଁ ଅଗଷ୍ଟ ୨୭ ତାରିଖରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ କୁହାଯାଇଛି। ଜୋନ୍ ଅଫିସ୍‌ ଅବା କଟକ ସ୍ଥିତ ବିଏସ୍‌ଇର ମୁଖ୍ୟ କାର୍ଯ୍ୟାଳୟରେ ସେମାନେ ଆବେଦନ କରିପାରିବେ। ଏଥିପାଇଁ ବିଏସ୍‌ଇର ୱେବସାଇଟ୍‌ରେ ଆବେଦନ ଫର୍ମ ଉପଳବ୍ଧ ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+