ଜୁଲାଇ ୧ରୁ ୧୦ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା ?

MATRIC SUPPLEMENTARY EXAM : ଜୁଲାଇ ୧ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି, ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୧ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୦ ତାରିଖରେ ଶେଷ ହେବ।

ପରୀକ୍ଷା ପ୍ରତ୍ୟକ ଦିନ ଗୋଟିଏ ସିଟିଂରେ ସକାଳ ୯ଟାରେ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ। ତେବେ କେବଳ ଗଣିତରେ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ ଅର୍ଥାତ ଗଣିତ ପରୀକ୍ଷା ୧୧ଟା ୪୫ରେ ଶେଷ ହେବ।

କେଉଁ ଦିନ କେଉଁ ପରୀକ୍ଷା

  • ଜୁଲାଇ ୧ ତାରିଖ- ପ୍ରଥମ ଭାଷା
  • ଜୁଲାଇ ୨ ତାରିଖ- ସମାଜିକ ବିଜ୍ଞାନ
  • ଜୁଲାଇ ୪ ତାରିଖ- ଗଣିତ
  • ଜୁଲାଇ ୭ ତାରିଖ- ଦ୍ୱିତୀୟ ଭାଷା
  • ଜୁଲାଇ ୯ ତାରିଖ- ସାଧାରଣ ବିଜ୍ଞାନ
  • ଜୁଲାଇ ୧୦ ତାରିଖ- ତୃତୀୟ ଭାଷା

ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷାରେ ଫେଲ୍ ହୋଇଛନ୍ତି କିମ୍ବା କୌଣସି କାରଣରୁ ପରୀକ୍ଷା ଦେଇପାରିନାହାନ୍ତି, ସେହି ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବାକୁ ସୁଯୋଗ ପାଇବେ।

ଗତ ମେ 2 ତାରିଖରେ ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ୫ ଲକ୍ଷ ୨୨ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଏଥର ପାସ୍ ହାର 94.69 ପ୍ରତିଶତ ରହିଥିଲା। ମାଟ୍ରିକ୍ ପରୀକ୍ଷାର୍ଥୀମାନେ ୬ଟି ବିଷୟରେ ୬୦୦ ନମ୍ବରରେ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୫୦ ନମ୍ବର ସବଜେକ୍ଟିଭ୍ ଓ ୫୦ ନମ୍ବର ଅବଜେକ୍ଟିଭ୍ ପ୍ରଶ୍ନରେ ପରୀକ୍ଷା ଦେଇଥିଲେ।

Matric supplementary exams

ପ୍ରଶ୍ନପତ୍ର ଭାଇରାଲ ରୋକିଲା ବୋର୍ଡ:

ଚଳିତବର୍ଷ ମାଟ୍ରିକ ପରୀକ୍ଷାକୁ ବହୁ ସଫଳତାର ସହ ପରିଚାଳନା କରିଥିଲା ବୋର୍ଡ। କେବଳ ଶାନ୍ତିଶୃଙ୍ଖଳାର ସହ ନୁହେଁ ବରଂ ବିନା ବିଭ୍ରାଟ ଓ ବିନା ପ୍ରଶ୍ନପତ୍ର ଭାଇରାଲରେ ପରୀକ୍ଷା ଶେଷ ହୋଇଥିଲା। ସଫଳତାର ସହ ପରୀକ୍ଷା ପରିଚାଳନା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ପ୍ରଶ୍ନପତ୍ରରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ଏଆଇ ସମ୍ବଳିତ କମାଣ୍ଡ କଣ୍ଟୋଲ ରୁମ୍। ବିଶେଷ କରି ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ପ୍ରଶ୍ନପତ୍ରକୁ କ୍ୱିଆରକୋର୍ଡ, ସିରିଏଲ ନମ୍ବର ଓ ଡାଇନାମିକ କୋର୍ଡର କବଚ ପିନ୍ଧାଇଥିଲା ବୋର୍ଡ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+