ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା?
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ଜାରି ରହିଥିବା ବେଳେ ଘୋଷଣା ହେଲା ସପ୍ଲିମୋଣ୍ଟାରୀ ପରୀକ୍ଷା ତାରିଖ । ଜୁଲାଇ 1 ତାରିଖରୁ ହେବ ମାଟ୍ରିକ ସାପ୍ଲାମେଣ୍ଟାରୀ ପରୀକ୍ଷା । ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ 1 ତାରିଖରୁ ଆରମ୍ଭ ହୋଇ 10 ତାରିଖ ଯାଏଁ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ପରୀକ୍ଷା ସକାଳ 9ଟାରୁ ଆରମ୍ଭ ହୋଇ ଦିନ ସାଢେ 11ଟା ଯାଏଁ ଚାଲିବ ।

ପ୍ରକାଶଥାଉକି, ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି ।












Click it and Unblock the Notifications