For Quick Alerts
Turn On Notification  
For Daily Alerts
Oneindia App Download

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣା ମିଳିବ ଟେଷ୍ଟ ପେପର ‘ପରୀକ୍ଷା ଦର୍ପଣ’

ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୭୦୦ ପୃଷ୍ଠାର ଏହି ବହିରେ ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିବ ।

|

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ପରୀକ୍ଷା ସମ୍ବନ୍ଧିତ ପ୍ରଶ୍ନ-ଉତ୍ତର ପାଇଁ ସରକାର ଦେବେ ଏକ ଟେଷ୍ଟ ପେପର । ଯାହାର ନାମ ରହିଛି 'ପରୀକ୍ଷା ଦର୍ପଣ' । ଏହି ୭୦୦ ପୃଷ୍ଠାର ବହି ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୭୦୦ ପୃଷ୍ଠାର ଏହି ବହିରେ ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିବ ।

Matric Exam

ରାଜ୍ୟର ୬ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀଙ୍କୁ ଏହି ବହି ମାଗଣାରେ ଦିଆଯିବ। କରୋନା କଟକଣା ଯୋଗୁ ସ୍କୁଲ ଥିବା ହେତୁ ୭୦ ପ୍ରତିଶତ ସିଲାବସ୍‌କୁ ନେଇ ପ୍ରସ୍ତୁତ ଏହି ଟେଷ୍ଟ ପେପର୍ ପିଲାଙ୍କୁ ଦିଆଯିବ । ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏହା ପହଞ୍ଚା ଯିବାକୁ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୮ ତାରିଖରୁ ରାଜ୍ୟରେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲି ପାଠପଢ଼ା ଚାଲୁ ରହିଛି। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Matric Students will Get a Free Test Paper ‘Parikhya Darpana’
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X