Matric Result: ଆସନ୍ତା ମଇ ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍
Odisha 10th Results 2024: ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପ୍ରେସ୍ମିଟ କରି ସୂଚନା ଦେଲେ ବୋର୍ଡ ସଭାପତି । ଆସନ୍ତା ମଇ ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ ।
୧୧ଟା ୩୦ ସୁଦ୍ଧା ୱେବସାଇଟ୍ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସ୍ଏମ୍ଏସ୍ରେ ରେଜଲ୍ଟ ମିଳିବ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ ।

ଚଳିତ ବର୍ଷ ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏ ଚାଲିଥିଲା । ମାଟ୍ରିକରେ ୫୧ ଲକ୍ଷ ୪୧ହଜାର ୬୧୧, ମଧ୍ୟମାରେ ୩ହଜାର ୩୭ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୭ ହଜାର ୮୩୧ ଜଣ ପିଲା ଫର୍ମ ପୂରଣ କରିଥିଲେ ।
ସେହିପରି ଆସନ୍ତା ୨୬ତାରିଖରେ ପ୍ରକାଶ ପାଇବ ଦ୍ବାଦଶ ପରୀକ୍ଷା ଫଳା ଅପରାହ୍ନରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ।
ସୂଚନା ମୁତାବିକ, ରବିବାର ସାଢ଼େ ୧୦ଟା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟା ମାଟ୍ରିକ୍ ରେଜଲ୍ଟ ବୋର୍ଡ଼ ସାଇଟ୍ www.bseodisha.ac.in ଓ www.bseodisha.nic.in ରେ ଉପଲବ୍ଧ ହେବ । ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ର ସୁବିଧା ନାହିଁ, ସେମାନେ SMS ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR10 ଲେଖି ରୋଲ୍ ନମ୍ବର 5676750କୁ ପଠାଇଲେ ରେଜଲ୍ଟ ମିଳିବ।
ଅପରାହ୍ନ ୪ଟରେ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରୁ ନିଜ ନିଜର ଡିଜିଟାଲ ସାର୍ଟିଫିକେଟ୍ ଡାଉନ୍ଲୋଡ କରିପାରିବେ। ଡିଜିଟାଲ ସାର୍ଟିଫିକେଟ୍ ପ୍ରଧାନ ଶିକ୍ଷକଙ୍କ ମାନଙ୍କର ଡିଜିଟାଲ ଦସ୍ତଖତ ରହିବ। ଏଥି ସହିତ ରି ଚେକିଂ ପାଇଁ ୨୯ ତାରିଖରେ ପରୀକ୍ଷାର୍ଥୀ ଆବେଦନ କରିପାରିବେ।
ବୋର୍ଡ ପକ୍ଷରୁ ଦୁଇ କଣ୍ଟେ୍ରାଲ ରୁମ୍ ନମ୍ବର ୮୭୬୩୪୪୬୨୯୨ ଏବଂ ୯୪୩୭୨୨୧୮୭ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ବୋର୍ଡ ଯୋଗାଯୋଗ କରିପାରିବେ।












Click it and Unblock the Notifications