ସରିଲା ମାଟ୍ରିକ ଖାତାଦେଖା, କେବେ ବାହାରିବ ରେଜଲ୍ଟ !
ଭୁବନେଶ୍ୱର:ସରିଲା ଦଶମ ଶ୍ରେଣୀ ପିଲାଙ୍କ ଖାତା ଦେଖା । ମେ'ମାସ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ରେଜଲ୍ଟ । ତେବେ ରେଜଲ୍ଟ ତ୍ରୁଟିଶୂନ୍ୟ କରିବା ପାଇଁ ଆମେ ଚଷ୍ଟିତ ଏବଂ ମାର୍କିଂରେ କୌଣସି ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କହିଲେ ନିହାର ରଞ୍ଜନ ମହାନ୍ତି ।
ସେ ଆହୁରି କହିଛନ୍ତି ଯେ, ସୋସିଆଲ ସାଇନ୍ସ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଥିଲା ଯାହାକୁ ନଜରରେ ରଖି ମାର୍କିଂ କରାଯାଇଛି । ରେଜଲ୍ଟ ସମ୍ପୁର୍ଣ୍ଣ ତ୍ରୁଟିଶୂନ୍ୟ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ ।

ସୂଚନାଥାଉ ଯେ, ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ କରିଥିଲେ । ମୋଟ୍ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୩୧୬ ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା । ସେହିପରି ଏପ୍ରିଲ୍ ୩ତାରିଖରୁ ଆରମ୍ଭ ହୋଇଥିଲା ଖାତା ଦେଖା । ମୋଟ୍ ୫୫ଟି କେନ୍ଦ୍ରରେ ଖାତା ଦେଖା ହୋଇଥିବା ନେଇ ସୂଚନା ରହିଥିଲା । ଖାତା ଦେଖାରେ ପ୍ରାୟ ୧୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଥିଲେ ।












Click it and Unblock the Notifications