ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି

ମାଟ୍ରିକ ଫର୍ମପୂରଣ ଅବଧି ବୃଦ୍ଧି। ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ଫର୍ମ ପୂରଣ ତାରିଖ ।

ଭୁବନେଶ୍ୱର: ମାଟ୍ରିକ ଫର୍ମପୂରଣ ଅବଧି ବୃଦ୍ଧି। ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ଫର୍ମ ପୂରଣ ତାରିଖ । ୧୦ ତାରିଖ ମଧ୍ୟ ରାତ୍ର ଯାଏ ଫର୍ମ ପୂରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ।

ସୂଚନାଥାଉ କି, ଗତକାଲି(ମଙ୍ଗଳବାର) ଥିଲା ଫର୍ମ ପୂରଣର ଶେଷ ତାରିଖ । ମାତ୍ର ଏହାକୁ ଘୂଞ୍ଚାଯାଇ ଫେବୃଆରୀ 10ତାରିଖକୁ ବୃଦ୍ଧି କରାଯାଇଛି । ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷାରେ ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି। ଅବଧି ବୃଦ୍ଧି ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

Board Of Secondary Education

ଉଲ୍ଲେଖଥାଉ କି, ମାଟ୍ରିକ ଫର୍ମ ପୁରଣ ପାଇଁ ଏଥର କୌଣସି ଫି' ଦେବାକୁ ପଡୁ ନାହିଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ । ସେହିପରି କରୋନା ମହାମାରୀ ଯୋଗୁଁ ଏଥର ଛାତ୍ରଛାତ୍ରୀ ନିଜ ସ୍କୁଲରେ ମାଟ୍ରିକ୍‌ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ହୋଇଛି । ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ପରୀକ୍ଷା ହେବ ।

ଅନ୍ୟପଟେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଟେଷ୍ଟପେପର ଦିଆଯାଉଛି । ୬ ଲକ୍ଷ ୨୦ ହଜାର ୫୦୮ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ପ୍ରଦାନ କରିବେ ସରକାର । ପିଲାଙ୍କୁ ୭୦୦ ପୃଷ୍ଠାର ଟେଷ୍ଟପେପର ମାଗଣା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+