For Quick Alerts
Turn On Notification  
For Daily Alerts
Oneindia App Download

ଘୁଞ୍ଚିଲା ମାଟ୍ରିକ ଫର୍ମ ଫିଲଅପ୍ ତାରିଖ

ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଫେବୃଆରୀ 12 ମଧ୍ୟରାତ୍ର ପର୍ଯ୍ୟନ୍ତ ସେମାନଙ୍କର ବୋର୍ଡ ପରୀକ୍ଷା ଫର୍ମ ପୂରଣ କରିପାରିବେ । ପୂର୍ବରୁ ଫର୍ମ ପୂରଣର ଶେଷ ତାରିଖ ଫେବୃଆରୀ 10 ଥିଲା ।

|

ଭୁବନେଶ୍ୱର : ଆଗାମୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟସୀମା ଦୁଇ ଦିନ ବୃଦ୍ଧି କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ବୋର୍ଡ ଅଫ୍ ସେକେଣ୍ଡାରୀ ଅଫ୍ ଏଜୁକେସନ୍ (ବିଏସ୍ଇ) ବୁଧବାର ସୂଚନା ଦେଇଛି ଯେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଫେବୃଆରୀ 12 ମଧ୍ୟରାତ୍ର ପର୍ଯ୍ୟନ୍ତ ସେମାନଙ୍କର ବୋର୍ଡ ପରୀକ୍ଷା ଫର୍ମ ପୂରଣ କରିପାରିବେ । ପୂର୍ବରୁ ଫର୍ମ ପୂରଣର ଶେଷ ତାରିଖ ଫେବୃଆରୀ 10 ଥିଲା ।

Matric-form-fill-up

ଏଠାରେ ସୂଚନାଥାଉକି, ରାଜ୍ୟର ଓଡିଆ ମାଧ୍ୟମ ବିଦ୍ୟାଳୟରେ ପାଠ ପଢୁଥିବା ସମସ୍ତ ଛାତ୍ର ଯେଉଁମାନେ ଗତ ବର୍ଷ ନବମରେ ଥିଲେ ସେମାନେ ଚଳିତ ବର୍ଷର ମେ'ରେ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଦେବାକୁ ଯୋଗ୍ୟ ହେବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି ଏହି କଥା ସ୍ପଷ୍ଟ କରିଛି । 2019-20 ଏକାଡେମିକ ଅଧିବେଶନର ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ଦ୍ୱାରା ଆୟୋଜିତ 2021 ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ଦେବାକୁ ଯୋଗ୍ୟ ଅଟନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Matric form fill up date extended up to mid night of 12th February.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X