ଅଧା ରହିଗଲା ମାଟ୍ରିକ ପରୀକ୍ଷା; ଟଳିପଡ଼ିଲେ ଛାତ୍ର , ମୃତ ଘୋଷଣା
ଅଧା ରହିଗଲା ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ଗାଁରୁ । ମୃତ ଛାତ୍ର ଗାଁର କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ଶେଖର ମାଝୀ । ସେ ସକାଳେ ପରୀକ୍ଷା ଦେବାକୁ ବାହାରୁଥିଲେ । ହେଲେ ହଠାତ୍ ତାଙ୍କର ପେଟ କାଟିଥିଲା । ସେ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ସୋର ମେଡିକାଲକୁ ନେଇଥିବାବେଳେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ।













Click it and Unblock the Notifications