ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ, ପ୍ରଥମ ଦିନ ମାତୃଭାଷା
ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ। ମେ ୩ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ଯାଏଁ ଚାଲିବ।
କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ। ମେ ୩ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ଯାଏଁ ଚାଲିବ। ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ହେବ। ପ୍ରଥମ ଦିନରେ ରହିଛି ମାତୃଭାଷା- ଓଡିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ ଏବଂ ତେଲୁଗୁ ସବଜେକ୍ଟ । ଏନେଇ କାର୍ଯ୍ୟସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ପ୍ରଶ୍ନପତ୍ର ରହିଥିବା ନେଇ ମଧ୍ୟ ସ୍ପଷ୍ଟ କରିଛି ବିଭାଗ ।

ସେହିପରି ୫ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ, ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାଯୀ ୭. ୪୫ ରେ ପରୀକ୍ଷା କକ୍ଷରେ ପ୍ରବେଶ କରିବେ ଛାତ୍ରଛାତ୍ରୀ । ପରେ ସେମାନଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ । ପ୍ରଥମେ ଛାତ୍ରଛାତ୍ରୀ ୮ଟାରୁ ୯ଟା ପର୍ଯ୍ୟନ୍ତ ଅବଜେକ୍ଟିଭ ପରୀକ୍ଷା ଦେବେ । ଏବଂ ପରବର୍ତ୍ତୀ ସମୟ ଅର୍ଥାତ ୯ଟାରୁ ୧୦ଟା ଭିତରେ ସବଜେକ୍ଟିଭ ପରୀକ୍ଷା ଦେବା ନେଇ ମାଧ୍ୟମିକ ଶିକ୍ଷା ପରଷଦ ବିଜ୍ଞପ୍ତି ଜାରି କରିଛି ।












Click it and Unblock the Notifications