୨୧ରୁ ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଲିକ୍ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ଖାଲି ପଡିଛି ପ୍ରଧାନ ଶିକ୍ଷକ ପଦବୀ
Odisha News: ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଯେଉଁଥି ପାଇଁ ସମସ୍ତ ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ । ଏପରି ସ୍ଥିତିରେ କଳାହାଣ୍ତି ଜିଲ୍ଲାରେ ଅଧାରୁ ଅଧିକ
ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି । ସେହିପରି ଅନେକ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡିଛି । ଏପରି ସ୍ଥିତିରେ ପରୀକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ସୂଚନା ଅନୁସାରେ, କଳାହାଣ୍ତି ଜିଲ୍ଲାରେ ରେଗୁଲାର ପ୍ରଧାନ ଶିକ୍ଷକ ସଂଖ୍ୟା ୧୭୭ ମଧ୍ୟରୁ ମାତ୍ର ୬୫ ଜଣ ଅଛନ୍ତି । ପିସିଏମ ଶିକ୍ଷକ ୨୮୦ରୁ ୨୬୪ ଏବଂ ସିବିଜେଡ ୨୩୨ରୁ ଅଛନ୍ତି ୨୦୫ ଜଣ ଅଛନ୍ତି ।

ପ୍ରତ୍ୟେକ ବ୍ଲକରେ ଗୋଟିଏ ନୋଡାଲ ସେଣ୍ଟର୍ କରାଯାଇଛି ଏବଂ ଜିଲ୍ଲାରେ ମୋଟ୍ ୧୩ ବ୍ଲକରେ ୧୩ ନୋଡାଲ ସେଣ୍ଟର ସ୍ଥିର ହୋଇଛି। ପରୀକ୍ଷା ପୂର୍ବରୁ ଜିଲ୍ଲାପାଳ ସମସ୍ତ ୧୩୨ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡଣ୍ଟଙ୍କ ସହ ଆଲୋଚନା କରିଥିବା ନେଇ ସୂଚନା ରହିଛି । ପରୀକ୍ଷାରେ ସ୍ୱଚ୍ଛତା ରହିବା ଉଚିତ୍ ଯଦି କୌଣସି ତ୍ରୁଟି ହୁଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ବିଭାଗୀୟ ସ୍କ୍ବାଡ୍ ଛଡା ପ୍ରତି ବ୍ଲକରେ ବିଡିଓ, ବିଇଓଙ୍କୁ ନେଇ ସ୍କ୍ବାଡ୍ ଗଠନ କରାଯାଇଛି ।












Click it and Unblock the Notifications