ସରିଲା ମାଟ୍ରିକ୍ ପରୀକ୍ଷା, ଆତ୍ମହତ୍ୟା କଲେ ଛାତ୍ରୀ
ସରିଲା ମାଟ୍ରିକ୍ ପରୀକ୍ଷା । ଶେଷ ଦିନରେ ଜୀବନ ହାରିଲେ ଛାତ୍ରୀ । ଏପରି ଅଘଟଣ ଘଟିଛି ଯାଜପୁର ଥାନା ପାଇଲ ସାହିଁ ଗାଁରେ ।

ଯାଜପୁର: ସରିଲା ମାଟ୍ରିକ୍ ପରୀକ୍ଷା । ଶେଷ ଦିନରେ ଜୀବନ ହାରିଲେ ଛାତ୍ରୀ । ଏପରି ଅଘଟଣ ଘଟିଛି ଯାଜପୁର ଥାନା ପାଇଲ ସାହିଁ ଗାଁରେ । ମୃତ ଛାତ୍ରୀ ଜଣକ ହେଲେ ରଶ୍ମିବାଲା ପାଇଲି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ଆଜି ସରିଲା ମାଟ୍ରିକ ପରୀକ୍ଷା । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ସରୁଥିବାରୁ ବେଶ୍ ଖୁସ ଅଛନ୍ତି ଛାତ୍ରଛାତ୍ରୀ । ହେଲେ ଯାଜପୁର ଜିଲ୍ଲାରେ ୧୦ ଶ୍ରେଣୀ ଛାତ୍ରୀ ରଶ୍ମିବାଲା ପାଇଲି ଘର ଭିତରେ ବେକରେ ରଶି ଲଗାଇ ଝୁଲି ପଡିଥିଲେ ପରେ ତାଙ୍କୁ ପରିବାର ଲୋକେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାଅନୁସାରେ, ଯାଜପୁର ମୁନସିପାଲ ହାଇସ୍କୁଲରେ ପରୀକ୍ଷା ଦେଉଥିଲେ । ପରୀକ୍ଷା ଆରମ୍ଭରୁ ସବୁ କିଛି ଠିକ୍ ଥିଲା ହେଲେ ଗତକାଲି ସେ ଆତ୍ମହତ୍ୟା କରିଛନ୍ତି ତେବେ ପରୀକ୍ଷା ଚାପରେ ହୁଏତ ସେ ଏପରି କରିଥାଇପାରନ୍ତି ବୋଲି ପରିବାର ଲୋକେ କହିଛନ୍ତି ।












Click it and Unblock the Notifications