ଏଥର ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା ସେଣ୍ଟର
ଚଳିତ ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପିଲା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । କିନ୍ତୁ ଅନ୍ୟ ସ୍କୁଲର ଶିକ୍ଷକମାନେ ନିରୀକ୍ଷକ ରହିବେ ।
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀ ପାଇଁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର । ଚଳିତ ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପିଲା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । କିନ୍ତୁ ଅନ୍ୟ ସ୍କୁଲର ଶିକ୍ଷକମାନେ ନିରୀକ୍ଷକ ରହିବେ । ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା ହେବ ।

ସେହିପରି ଚଳିତ ଥର ଅଢେଇ ଘଣ୍ଟା ପରିବର୍ତ୍ତେ ଦୁଇ ଘଣ୍ଟା ହେବ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ମାର୍କର ଉତ୍ତର ଦେବେ ପରୀକ୍ଷାର୍ଥୀ । ପୂର୍ବରୁ ୧୦୦ ମାର୍କ ପରୀକ୍ଷା ପାଇଁ ଅଢେଇ ଘଣ୍ଟା ସମୟ ଦିଆଯାଉଥିଲା । ଏବେ ୨ ଘଣ୍ଟା ସମୟ ମିଳିବ ।
ଏତତ୍ ବ୍ୟତୀତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯିବ । କପି ରୋକିବା ପାଇଁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହେବ । ଏପରିକି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୮ ତାରିଖରୁ ରାଜ୍ୟରେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲି ପାଠପଢ଼ା ଚାଲୁ ରହିଛି। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ। ମେ' ୩ରୁ୧୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ।












Click it and Unblock the Notifications