Matric Exam 2025: ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବଡ଼ ପଦକ୍ଷେପ; ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ସହ ସ୍ବତନ୍ତ୍ର QR କୋଡ୍

ଫେବ୍ରୁଆରୀ ୨୧ରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା। ଏଥିପାଇଁ ପିଲା ଦିନ ରାତି ଏକ କରି ପାଠ ପଢୁଛନ୍ତି। ତେବେ ପରୀକ୍ଷା କିପରି ସୁରୁଖୁରୁରେ ହୋଇପାରିବ ସେ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବି ସଂପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ପିଲା କିପରି ବିନା ଅସୁବିଧାରେ ପରୀକ୍ଷା ଦେଇପାରିବେ ଓ ବିଶେଷ କରି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ।

ଚଳିତଥର ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବଡ଼ ପଦକ୍ଷେପ ନିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବାର ବ୍ୟବସ୍ଥା ହୋଇଛି। ଏହା ଫଳରେ ପ୍ରଶ୍ନପତ୍ର ଲିକ୍ ହେଲେ ସିରିଏଲ୍ ନମ୍ବର ଦେଖି ଜାଣିହେବ । ଏଥିସହ ପ୍ରଶ୍ନପତ୍ରରେ ସ୍ବତନ୍ତ୍ର QR କୋଡ୍ ବି ରହିବ । ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହେବ। ଚଳିତଥର ମୋଟ୍ ୩ ହଜାର ୧୩୩ ମୋଟ୍ ପରୀକ୍ଷା କେନ୍ଦ୍ର କରାଯାଇଛି।

ସକାଳ ୭ଟା ୩୦ରୁ ସ୍କୁଲ ଗେଟ୍ ଖୋଲାଯିବ। ସକାଳ ୮ଟା ୩୦ ଭିତରେ ପିଲା ପ୍ରବେଶ କରିବେ। ୯ଟରୁ ପରୀକ୍ଷା ଆରମ୍ଭ ହେବ। ସବୁ ସ୍କୁଲକୁ ସେଣ୍ଟର ଇନଫରମେସନ୍ ଦିଆଯାଇଛି। ଏଥିପାଇଁ ୱେବକାଷ୍ଟରେ ସୂଚନା ଦିଆଯିବ। ପରୀକ୍ଷା ସେଣ୍ଟରରେ ମୋବାଇଲ୍ ବ୍ୟାନ ହୋଇଛି। ଯଦି କିଏ ମୋବାଇଲ୍ ନିଅନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସିସିଟିଭି ସର୍ଭିଲାନ୍ସରେ ରହିବ ପରୀକ୍ଷା ସେଣ୍ଟର।

Matric Exam 2025

କଣ୍ଟ୍ରୋଲ ରୁମ୍‌ରେ ଲାଇଭ୍ ଦେଖିବା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ସହ ପୋଲିସ ଯିବେ। ସକାଳ ୭ଟା ୩୦ରୁ ୮ଟା ୩୦ ଭିତରେ ପ୍ରଶ୍ନପତ୍ର ପହଞ୍ଚିବ। ୨୧ଟି ପୋଲିସ୍ ଥାନାରେ ୩୧୪ଟି ନୋଡାଲ୍ ସେଣ୍ଟର୍ ବ୍ୟବସ୍ଥା ହୋଇଛି। ପରୀକ୍ଷା ପରିଚାଳନା ନେଇ ସବୁ ପ୍ରସ୍ତୁତି ହୋଇଛି। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+