Matric Certificate: ହ୍ୱାଟସ୍‌ଆପ୍‌ରେ ଉପଲବ୍ଧ ହେଲା ଡିଜିଟାଲ୍‌ ମାଟ୍ରିକ୍‌ ସାର୍ଟିଫିକେଟ୍

କଟକ, ୦୬/୦୫ : ସଦ୍ୟ ପ୍ରକାଶିତ ମାଟ୍ରିକ୍‌ ଫଳର ସାର୍ଟିଫିକେଟ୍‌ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟ୍‌ରେ ସୋମବାର ସନ୍ଧ୍ୟା ୭ଟାରୁ ଉପଲବ୍‌ଧ ହୋଇଛି । ପାସ୍‌ କରିଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଲ୍‌ ସାର୍ଟିଫିକେଟ୍‌ ଘରେ ବସି ମଧ୍ୟ ପାଇପାରିବେ । ସେହିପରି ପରୀକ୍ଷାର୍ଥୀମାନେ ନିଜ ହ୍ୱାଟସ୍‌ଆପ୍‌ରେ ମଧ୍ୟ ଏହି ଡିଜିଟାଲ୍‌ ସାର୍ଟିଫିକେଟ୍‌ ସିଧାସଳଖ ପାଇବା ଲାଗି ସୁଯୋଗ ରହିଛି । ଏଥିଲାଗି ବୋର୍ଡ ପକ୍ଷରୁ ୭୭୧୦୦୫୮୧୯୨ ହ୍ୱାଟସ୍‌ଆପ୍‌ ନମ୍ବର ଜାରି କରାଯାଇଛି । ଉକ୍ତ ହ୍ୱାଟସ୍‌ଆପ୍‌କୁ ମେସେଜ୍‌ ପଠାଇ ଆବେଦନକାରୀମାନେ ସହଜରେ ମାଟ୍ରିକ୍‌ ସାର୍ଟିଫିକେଟ୍‌ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Digital Matric Certificate available on WhatsApp

ପରୀକ୍ଷାର୍ଥୀମାନେ ୭ ଦିନ ମଧ୍ୟରେ ଏହି ଡିଜିଟାଲ୍‌ ସାର୍ଟିଫିକେଟ୍‌ ୱେବ୍‌ସାଇଟ୍‌ରୁ ଯେତେଥର ଡାଉନ୍‌ଲୋଡ୍‌ କଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ମାତ୍ର ୭ ଦିନ ପରେ ପ୍ରଥମ ଥର ଡାଉନ୍‌ଲୋଡ୍‌ କଲେ କୌଣସି ଦେୟ ଦେବାକୁ ପଡିବ ନାହିଁ । ମାତ୍ର ଏହାପରେ ଡାଉନ୍‌ଲୋଡ କଲେ ଥରକେ ୫୦୦ ଟଙ୍କା ଅନ୍‌ଲାଇନ୍‌ରେ ଦେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ହ୍ୱାଟସ୍‌ଆପ୍‌ରେ କିପରି ସାର୍ଟିଫିକେଟ୍‌ ପାଇପାରିବେ ସେ ସମ୍ପର୍କରେ ବୋର୍ଡ ପକ୍ଷରୁ ଅବଗତ କରାଯାଇଥିବା ସୋପାନ ସମ୍ପର୍କରେ ଉଲ୍ଲେଖ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+