ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ, ୫୫ କେନ୍ଦ୍ରରେ ହେବ ମୂଲ୍ୟାୟନ
ଚଳିତବର୍ଷର ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ଶୁକ୍ରବାରଠାରୁ ଆରମ୍ଭ ହେବ। ଯେଉଁଥିରେ ନିୟୋଜିତ ହେବେ ୧୫ହଜାରରୁ ଅଧିକ ଶିକ୍ଷକ । ପରୀକ୍ଷକମାନଙ୍କର ତାଲିମ ଶେଷ ହୋଇଛି। ସେମାନେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେଇସାରିଛନ୍ତି। ଜିଲା ଶିକ୍ଷାଧିକାରୀମାନେ ମୂଲ୍ୟାୟନ କେନ୍ଦ୍ର ପରିଚାଳନାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି।

ଖାତା ଦେଖା ପାଇଁ ବୋର୍ଡ ପକ୍ଷରୁ ମୁଖ୍ୟ ପରୀକ୍ଷକ, ଡେପୁଟି ମୁଖ୍ୟ ପରୀକ୍ଷକ ଓ ପରୀକ୍ଷକମାନଙ୍କ ପ୍ରଶିକ୍ଷଣ କରାଯାଇଛି । ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ଟି ୟୁନିଟ୍ ଏବଂ ସର୍ବାଧିକ ୧୩ଟି ୟୁନିଟ୍ ରହିଛି । ପ୍ରତି ୟୁନିଟରେ ୨୫ଜଣ ଶିକ୍ଷକଙ୍କୁ ଖାତା ଦେଖା ଲାଗି ନିୟୋଜିତ କରାଯାଇଛି ।
ସବଜେକ୍ଟିଭ୍ ଉତ୍ତର ଗୁଡ଼ିକର ମୂଲ୍ୟାୟନ ୧୪ ଦିନ ଭିତରେ ସରିବ । ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସବଜେକ୍ଟିଭ ଖାତା ଦେଖା ପାଇଁ ଗୋଟିଏ ୟୁନିଟରେ ୨୪ ଜଣ ପରୀକ୍ଷକ ରହିଥିବା ବେଳେ ଇଂରାଜୀ, ଗଣିତ, ହିନ୍ଦୀ, ସଂସ୍କୃତ, ଓଡ଼ିଆ ଭାଷା ବିଷୟ ପାଇଁ ପ୍ରତି ୟୁନିଟରେ ୨୦ଜଣ ଲେଖାଏଁ ପରୀକ୍ଷକ ରହିଛ












Click it and Unblock the Notifications