ଦଶମ ଛାତ୍ରୀ ପ୍ରସବ ଘଟଣା; ଅଭିଯୁକ୍ତକୁ ଅଟକ ରଖି ବରୀ ପୋଲିସର ପଚରାଉଚରା
ଦଶମ ଛାତ୍ରୀ ପ୍ରସବ ଘଟଣାରେ ଅଭିଯୁକ୍ତ ଅଟକ । ଅଭିଯୁକ୍ତକୁ ଅଟକ ରଖି ବରୀ ପୋଲିସର ପଚରାଉଚରା। ବରୀ ବ୍ଲକ ଅଞ୍ଚଳର ୧୦ମ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ବରୀ ମେଡିକାଲରୁ ଛାତ୍ରୀ ଜଣଙ୍କୁ ଯାଜପୁର ସ୍ଥାନାନ୍ତର କରାଯାଇଛି।
ଦୁଇଟି ବିଷୟରେ ପରୀକ୍ଷା ଦେଇଥିବା ବେଳେ ଆଜି ବି ପରୀକ୍ଷା ଥିଲା । କିନ୍ତୁ ଗତକାଲି ତାଙ୍କର ଶାରୀରିକ ଅସୁସ୍ଥତା ଯୋଗୁ ବରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଦୁଇ ଦିନ ତଳେ କନ୍ୟା ସନ୍ତାନର ମା' ହୋଇଥିଲେ ଦଶମ ଶ୍ରେଣୀ ଛାତ୍ରୀ। ଏଭଳି ଘଟଣା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଆବାସିକ ବିଦ୍ୟାଳୟରେ ଘଟିଥିଲା। ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ। ତେବେ ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀ ଛାତ୍ରୀ ଜଣଙ୍କ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ। ଏଥିସହ ସ୍କୁଲ ହଷ୍ଟେଲରେ ରହୁଥିଲେ। ଛାତ୍ରୀ ଜଣଙ୍କ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ। ପରେ ହଷ୍ଟେଲକୁ ଫେରିଥିଲେ। ହେଲେ ସନ୍ଧ୍ୟାବେଳେ ହଷ୍ଟେଲରେ ହେଉଥିବା ପ୍ରାର୍ଥନାରେ ଯୋଗ ଦେଇନଥିଲେ। ଏ ନେଇ ହଷ୍ଟେଲର ମାଟ୍ରୋନ ଖୋଜାଖୋଜି କରିଥିଲେ, ଅନ୍ୟ ଛାତ୍ରୀଙ୍କୁ ପଚରାଉଚରା କରିଥିଲେ। ହେଲେ ଛାତ୍ରୀଙ୍କୁ ପାଇନଥିଲେ। ପରେ ମାଟ୍ରୋନ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷକ ଘଟଣା ସଂପର୍କରେ ପୋଲିସକୁ ଜଣାଇଥିଲେ।

ପୋଲିସ ଖବର ପାଇ ହଷ୍ଟେଲରେ ପହଞ୍ଚି ଖୋଜାଖୋଜି କରିଥିଲା। ପରେ ହଷ୍ଟେଲ ଛାତ ଉପରେ ଥିବା ପାଣି ଟାଙ୍କି ପାଖରେ ଝିଅଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଥିଲା। ପରେ ଛାତ୍ରୀଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଏହି ଘଟଣାକୁ ନେଇ ଜାରି ରହିଛି ତନାଘନା । ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ସୁଶାନ୍ତ ଖିଲ। ଅଭିଯୁକ୍ତର ଘର ଚିତ୍ରକୋଣ୍ଡା ଥାନା ଅଧିନ ଦିଶାରୀଗୁଡ଼ା ଅଞ୍ଚଳରେ । ସେପଟେ ସଂପୃକ୍ତ ସ୍କଲରେ ପହଞ୍ଚି ତଦନ୍ତ କରିଛନ୍ତି RDC । ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ହଷ୍ଟେଲ ମାଟ୍ରନ ଓ ANMଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି ।












Click it and Unblock the Notifications