ପାହାଡ ଚଢିଲା ସ୍ବାସ୍ଥ୍ୟବସ୍ଥା: ମାଓ ଇଲାକାରରେ ମେଡିକାଲ କ୍ୟାମ୍ପ ଲଗାଇଲା 'ମାଥିଲି ମେଡିକାଲ ଟିମ୍'

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଖଟୁଆପଦର ପାହାଡି ଗାଁରେ ପହଞ୍ଚି ସ୍ୱାସ୍ଥ୍ୟ କ୍ୟାମ୍ପ କରିଛି ମାଥିଲି ମେଡିକାଲ ଟିମ୍ ।

ମାଲକାନଗିରି: ପାହାଡ ଚଢିଲା ସ୍ବାସ୍ଥ୍ୟବସ୍ଥା । ମାଓ ଇଲାକାରରେ ମେଡିକାଲ କ୍ୟାମ୍ପ ଲଗାଇଲା 'ମାଥିଲି ମେଡିକାଲ ଟିମ୍' । ସ୍ଥାନୀୟ ବାସିନ୍ଦାଙ୍କ କଲେ କରୋନା ପରୀକ୍ଷା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଖଟୁଆପଦର ପାହାଡି ଗାଁରେ ପହଞ୍ଚି ସ୍ୱାସ୍ଥ୍ୟ କ୍ୟାମ୍ପ କରିଛି ମାଥିଲି ମେଡିକାଲ ଟିମ୍ ।

medical camp

ସ୍ୱତନ୍ତ୍ର ୧୨ ଜଣିଆ ସ୍ୱାସ୍ଥ୍ୟ ଟିମ୍ ୧୨ କିଲୋମିଟର ପାଦ ଚଲା ପାହାଡି ରାସ୍ତାର ଘଞ୍ଚ ଜଙ୍ଗଲ ଅତିକ୍ରମ କରି ଖଟୁଆପଦର ଗାଁରେ ପହଞ୍ଚିଥିଲେ । ସେଠାରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କରୋନା ପରୀକ୍ଷା ମଧ୍ୟ କରାଯାଇଛି । ତେବେ ସମସ୍ତ କରୋନା ରିପୋର୍ଟ ନେଗେଟିଭ ରହିଛି ।

ଅନ୍ୟପଟେ ମ୍ୟାଲେରିଆରେ ଆକ୍ରାନ୍ତ ୨ ଗ୍ରାମବାସୀ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ରୋଗରେ ପୀଡିତଙ୍କୁ ମାଗଣା ଔଷଧ ଯୋଗାଇଛି ସ୍ୱାସ୍ଥ୍ୟ ଟିମ୍ । ମାଥିଲି ସବଡିଭିଜନ ମେଡିକାଲ ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଗାଁରେ ପହଂଚିଥିଲା ଏହି ଟିମ୍ । କରୋନା ସମ୍ପର୍କରେ ସଚେତନତା କରିବା ସହ ଗାଁ ଲୋକଙ୍କୁ ମାସ୍କ ପିନ୍ଧାଇଥିଲେ ଡାକ୍ତର ଅମୀୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+