ବିସ୍ଫୋରକ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ବାଙ୍କ ଖଣିରୁ ୫ ଟନ୍ ବିସ୍ଫୋରକ ଲୁଟ ଘଟଣାରେ ପୋଲିସକୁ ବଡ଼ ସଫଳତା । ମାଷ୍ଟରମାଇଣ୍ଡ ଗିରଫ । ଲୁଟ ମାମଲାରେ ମାଓବାଦୀଙ୍କ ସହଯୋଗୀକୁ ବାନ୍ଧିଛି ପୋଲିସ । ବର୍ତ୍ତମାନ ମୁଖ୍ୟ ମାଓବାଦୀଙ୍କ ସହଯୋଗୀ ବା ଇନଫର୍ମର ଜର୍ଜ ମୁଣ୍ଡାକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଗତ ମାସ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣିକୁ ୫ ଟନ୍ ପେଟି ବିସ୍ଫୋରକ ଯାଉଥିଲା । ଏହି ସମୟରେ ମାଓବାଦୀମାନେ ଯୋଜନା କରି ଏହାକୁ ଲୁଟି ନେଇଥିଲେ। ଯାହାକୁ ନେଇ ଗାଡ଼ି ଚାଳକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଜାରି କରି ଝାଡ଼ଖଣ୍ଡ ଜରେଇକେଲା
ତିରିଲପୋଷି ସରଣ୍ଡା ଜଙ୍ଗଲର ବିଟିକିଲ୍ସୋୟା, ବାଡ଼ିକୁଦର, ଟୟୋ, ଜାମଡ଼ା ଆଦି ଜାଗାରେ ଚଢ଼ାଉ କରି ମାଓବାଦୀମାନେ ଲୁଚାଇ ରଖିଥିବା ଲୁଟ୍ ବିସ୍ଫୋରକକୁ ଜବତ କରିଥିଲେ । ରାଉରକେଲା ବାଲୁଘାଟ ପେଟ୍ରୋଲ ପମ୍ପରୁ ବିସ୍ଫୋରକ ଜବତ ଘଟଣାରେ ଗିରଫ ହୋଇଥିବା ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପଚରାଉଚରା କରାଯିବା ସମୟରେ ପୋଲିସକୁ ବହୁ ସୂଚନା ମିଳିଥିଲା । ଯାହା ସାହାଯ୍ୟରେ ପୋଲିସ ବିସ୍ଫୋରକ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।












Click it and Unblock the Notifications