ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ଆସିଲା ମାଷ୍ଟରପ୍ଲାନ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ସ୍ଥାନରେ ଲୋକସେବା ଭବନ ଓ ନୂଆ ବିଧାନସଭା ରହିବ। ୭୧ ଏକର ଜମିରେ ଏହା ନିର୍ମାଣ ହେବାକୁ ଥିବାବେଳେ ଏଥିନିମନ୍ତେ ୩୬୨୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ମାଷ୍ଟରପ୍ଲାନ୍ ଅନୁମୋଦନ ହୋଇଛି। ଲୋକସେବା ଭବନରେ ଭୂତଳ ପାର୍କିଂ ବି କରାଯିବ।

ସେହିପରି ରାଜଧାନୀର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର 'ଏଲିଭେଟେଡ଼ କରିଡ଼ର'ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯିବ । ଏହି ପ୍ରକଳ୍ପ ଅଧୀନରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଏବଂ କୀଟ ଛକରେ ଫ୍ଲାଏ ଓଭର ନିର୍ମାଣ ହେବ । ବିଶେଷ କରି ଜୟଦେବ ବିହାର ଛକରେ ଏକ ୪-ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ୍ ନିର୍ମାଣ କରିବାକୁ ଯୋଜନା ରହିଛି । ପରିବେଶକୁ ଗୁରୁତ୍ୱ ଦେଇ ରାସ୍ତାର ଦୁଇ ପାର୍ଶ୍ୱରେ ୨୨,୪୧୦ଟି ଗଛ ଲଗାଯିବ । ଆଜି ମୁଖ୍ୟମନ୍ତ୍ରୀ ମୋଟ ୬,୭୦୧ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।












Click it and Unblock the Notifications