ବଡ଼ ଧରଣର ମାଓ ଏନ୍କାଉଣ୍ଟର୍ : ଦୁର୍ଦ୍ଦାନ୍ତ ମାଓନେତା ବାସବରାଜ୍ ମୃତ ସୂଚନା, ୩୦ରୁ ଊର୍ଦ୍ଧ୍ବ ମାଓବାଦୀ ସଫା
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିବାର ଖବର ମିଳିଛି। ଏଥିରେ ୩୦ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏନେଇ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି।
ଏନ୍କାଉଣ୍ଟର୍ରେ ଦୁର୍ଦ୍ଦାନ୍ତ ମାଓନେତା ବାସବରାଜ୍ ମୃତ ସୂଚନା । ସେଣ୍ଟ୍ରାଲ୍ କମିଟିର ମୁଖ୍ୟ ଥିଲେ ମାଓ ନେତା ବାସବରାଜ୍ । ବାସବରାଜ୍ଙ୍କୁ ଧରାଇଦେବାକୁ ଦେଢ଼ କୋଟି ପୁରସ୍କାର ଥିଲା ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିବାର ଖବର ମିଳିଛି। ଏଥିରେ ଜଣ ୩୦ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏନେଇ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି ।

ବିଶେଷ ସୂତ୍ରରୁ ଖବର ପାଇ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଚଢ଼ାଉ କରିଛନ୍ତି। ମାଓ କ୍ୟାମ୍ପକୁ ପୁରା ଆମ୍ବୁସ ଲଗାଇ ବିଛାଇଛି ସୁରକ୍ଷାକର୍ମୀ। ଯବାନଙ୍କ ଏନକାଉଣ୍ଟରରେ ଏଯାଏ ୩୦ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଡିଆରଜି,ଏସଟିଏଫ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି।












Click it and Unblock the Notifications