କଟକ ଦୋଳମୁଣ୍ଡାଇରେ ଭୟଙ୍କର ଅଗ୍ନିକାଣ୍ଡ, ସୋ’ରୁମ୍‌ ସହ ଗୋଦାମରେ ଅଗ୍ନିକାଣ୍ଡ

କଟକ ଦୋଳମୁଣ୍ଡାରେ ବଡ ଧରଣର ଅଗ୍ନିକାଣ୍ଡ । ସୁଟକେସ୍ ସୋ'ରୁମରେ ଲାଗିଛି ନିଆଁ । ପୁରା ସୋ'ରୁମ୍ ଧୁ ଧୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ନିଆଁ ଲିଭାଇବାରେ ଲାଗିଛନ୍ତି ଏକାଧିକ ଦମକଳ । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ନିଆଁ ଲିଭାଇବାକୁ ନାକେଦମ୍ ହୋଇଛନ୍ତି ଦମକଳ କର୍ମଚାରୀ ।

fire

ଦୋଳମୁଣ୍ଡାଇ ଛକରେ ଥିବା ଭିଆଇପି ସୋ'ରୁମର ଉପର ମହଲାରେ ସୁଟକେସ୍ ସବୁ ଷ୍ଟକ୍ ରହୁଥିଲା । ସଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ନିଆଁ ଏତେ ଉଗ୍ର ରହିଛି ଯେ, ପୁରା ଅଞ୍ଚଳରେ ଧୂଆଁର ପରସ୍ତ ସୃ୍ଷ୍ଟି ହୋଇଛି । ତେବେ ଏଲଠାରେ ସୋ'ରୁମ ଗୁଡିକ ଲାଗି ରହିଛି । ତା ସହ ଖରାର ପ୍ରକୋପ ମଧ୍ୟ ରହିଛି। ଏଭଳି ସ୍ଥଳେ ଯଦି ଯଥାଶୀଘ୍ର ନିଆଁ ଲିଭାନଯାଏ ତେବେ ନିକଟ ଦୋକାନଗୁଡିକୁ ନିଆଁ ଲାଗିଯିବାର ଆଶଙ୍କାକୁ ମଧ୍ୟ ଏଡାଇଦିଆଯାଇନପାରେ ।

ତେବେ ୩ଟି ଦମକଳ ନିଆଁ ଲିଭାଇବାରେ ଲାଗିଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ନିଆଁ ଲିଭାଇବାରେ ଲାଗିଛନ୍ତି । ସୋ'ରୁମରେ ଫାଇବର, ପ୍ଲାଷ୍ଟିକ୍ ଓ ଲେଦର ସାମଗ୍ରୀ ଥିବାରୁ ନିଆଁ ସହଜରେ ଧରିନେଇଥିଲା ଏବଂ ଚାହୁଁଚାହୁଁ ନିଆଁର ପ୍ରକୋପ ବଢିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+