୪ ମହଲା ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୪ରୁ ୫ କୋଟି ଟଙ୍କାର ସାମଗ୍ରୀ ନଷ୍ଟ

ବାଲେଶ୍ୱର ଜିଲା ଟାଉନ ଥାନା ସିନେମା ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୪ମହଲା ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୪ରୁ ୫କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ସର୍ଟି ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଘଟିବା ପରେ ଉପର ମହଲାରେ ବାଣ ଗଚ୍ଛିତ ଥିବାରୁ ନିଆଁ ଅଧିକ ବ୍ୟାପିଥିଲା । ନିଆଁ ଲାଗିବାରୁ ଦୋକାନରେ ଥିବା ସମସ୍ତ କସମେଟିକ୍ସ, ଗିଫ୍ଟ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

fire
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+