କପଡା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
Odisha News: କୁଚିଣ୍ଡା କପଡା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଜିନିଷ । ସୂଚନା ଅନୁସାରେ, କୁଚିଣ୍ତା କ୍ୱାଲିଟି କଲେକ୍ସନ ନାମକ ଏକ କପଡା ଦୋକାନରେ ସକାଳୁ ସକାଳୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।ସ୍ଥାନୀୟ ଅଞ୍ଚଳରେ ଧୂଆଁର ବଳୟ ସୃଷ୍ଟି ହୋଇଥିଲା । ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ନଆଁ ଲାଗିବାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି ।













Click it and Unblock the Notifications