ମୁଡ଼କି ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ସହ ଅଗ୍ନିକାଣ୍ଡ; ପଳାଶପଲ୍ଲୀ ପୁନାମା ଗେଟ୍ ନିକଟରେ ଅଗ୍ନିକାଣ୍ଡ
ଭୁବନେଶ୍ୱର: ମୁଡ଼କି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ବଡ଼ ଧରଣର ବିସ୍ଫୋରଣ ସହ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ପଳାଶପଲ୍ଲୀ ପୁନାମା ଗେଟ୍ ନିକଟରେ ଅଗ୍ନିକାଣ୍ଡ ହୋଇଛି । ତେଲ କଡ଼େଇରୁ ନିଆଁ ଲାଗିଥିବା ସୂଚନା । ନିଆଁ ଲିଭା ଉଦ୍ୟମ ଜାରି ।

ବଡ଼ ଧରଣର ବିସ୍ଫୋରଣ ସହ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ପଳାଶପଲ୍ଲୀ ପୁନାମା ଗେଟ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେଲ କଡ଼େଇରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ ।












Click it and Unblock the Notifications