ଭୟଙ୍କର ବାଣ ବିସ୍ଫୋରଣ: ୨ ମୃତ
ଜଗତସିଂହପୁର:ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣ । ୨ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।ଏପରି ଘଟଣା ସହର ଥାନା ବଡ଼ବାଗ ଗାଁରେ ଘଟିଛି । ଭଗ୍ନାବଶେଷ ତଳୁ ଗୁରୁତର ଦମ୍ପତିଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣରେ ଘରର ଛାତ ଉଡିଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ଛାତ ଉଡିବା ସହ କାନ୍ଥ ମଧ୍ୟ ଭୁଶୁଡ଼ି ପଡିଛି । ପ୍ରାୟ ୧ କିଲୋମିଟର ଯାକେ ବିସ୍ଫୋରଣର ଶଦ୍ଦ ଶୁଣିବା ପାଇଁ ମିଳିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ।












Click it and Unblock the Notifications