କଂଗ୍ରେସର କରିବ ଆନ୍ଦୋଳନ: ଜାଣନ୍ତୁ ଟ୍ରାଫିକ୍ କଟକଣା
Congress Protest In Odisha: ଆଜି ବିଧାନସଭା ଘେରିବ କଂଗ୍ରେସ । ଆନ୍ଦୋଳନ ପାଇଁ ପ୍ରସ୍ତୁତ ଶହ ଶହ କର୍ମଚାରୀ । ଆନ୍ଦୋଳନ ପାଇଁ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ରାଜଧାନୀରେ କଡ଼ାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ବିଧାନସଭାକୁ ଆସୁଥିବା ସମସ୍ତ ରାସ୍ତାରେ ପୋଲିସ ଛାଉଣି ହୋଇଛି ଏବଂ ରାସ୍ତାକୁ ସିଲ୍ କରାଯାଇଛି ।

ତେବେ କଂଗ୍ରେସ ଆନ୍ଦୋଳନ କରିବା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ସେହିପରି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ମଧ୍ୟ ଜାରି କରାଯାଇଛି ।
ସକାଳୁ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ସାଢେ ୯ଟା ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜମହଲରୁ ରୂପାଲି ଓ ରୂପାରିଲୁ ରାଜମହଲ ରାସ୍ତାରେ କଟକଣା ଲଗାଯାଇଛି । ସେହିପରି କେଶରୀ ଟକିଜ୍ ଛକ ରାସ୍ତାରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି । ରବୀନ୍ଦ୍ର ମଣ୍ତପ ନିକଟରେ ୧୨୦ ବାଟେଲିୟନ୍ ଫୋର୍ସ ମୁତୟନ କରାଯାଇଛି ଏବଂ ରାସ୍ତା ବନ୍ଦ ରହିବ ।












Click it and Unblock the Notifications