କଟକ ଇଣ୍ଡୋର ଷ୍ଟାଡିୟମରେ ସମୁହ ଟିକାକରଣ
କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ମାସ୍ ଭ୍ୟାକ୍ସିନେସନ ବା ସମୁହ ଟିକାକରଣ । ଏଥିରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦ୍ବିତୀୟ ଡୋଜ ଦିଆଯାଉଛି ।
କଟକ: ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ମାସ୍ ଭ୍ୟାକ୍ସିନେସନ ବା ସମୁହ ଟିକାକରଣ । ଏଥିରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦ୍ବିତୀୟ ଡୋଜ ଦିଆଯାଉଛି । ବିସ୍ତୃତ ଗ୍ରାଉଣ୍ଡରେ ସାମାଜିକ ଦୂରତା ବଜାୟ ରଖି ଲୋକେ ଅପେକ୍ଷା କରୁଛନ୍ତି ଓ ଜଣଙ୍କ ପରେ ଜଣେ ଟିକା ନେଉଛନ୍ତି ।

ସୂଚନା ମୁତାବକ, ପ୍ରଥମ ଦିନରେ ୮ ଶହରୁ ୧ ହଜାର ଲୋକଙ୍କୁ ଟିକାକରଣ କରାଯିବ । ୧୦ଟି କାଉଣ୍ଟରରେ ଟିକାକରଣ କରାଯାଉଛି । ସେପଟେ ରାଜ୍ୟରେ ଆଜିଠୁ ପୁଣି ଆରମ୍ଭ ହୋଇଛି ତୃଟୀୟ ପର୍ଯ୍ୟାୟ ଟିକାକରଣ । ରବିବାର କିଛି ସ୍ଥାନରେ ଭ୍ୟାକ୍ସିନେସନ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଏହାକୁ ତ୍ୱରାନ୍ବିତ କରାଯିବ ।
ଆଜି ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ମାମଲାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩କୁ ବୃଦ୍ଧି ପାଇଛି ।












Click it and Unblock the Notifications