ମନ୍ତ୍ରୀଙ୍କ ହାବୁଡ଼ରେ ପଡ଼ିଲେ ବିଳମ୍ୱରେ ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀ, ବନ୍ଦ ହେଲା ୮ ଶିକ୍ଷକଙ୍କ ଦରମା
ଗଣଶିକ୍ଷା ମନ୍ତ୍ରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ଳମ୍ୱରେ ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀ । ମନ୍ତ୍ରୀ ବିଳମ୍ବର କାରଣ ପଚାରିବାରୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ।
ପୁରୀ: ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଭିନ୍ନ ଜିଲ୍ଲା ବୁଲି ମନ୍ତ୍ରୀ ସ୍କୁଲ ଗୁଡିକ ପରିଦର୍ଶନ କରିବା ସହ ପିଲାଙ୍କ ଶିକ୍ଷାକୁ ଅନୁଧ୍ୟାନ କରୁଛନ୍ତି । ଆଜି ପୁରୀରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ହଠାତ୍ ଗଣଶିକ୍ଷା ମନ୍ତ୍ରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ଳମ୍ୱରେ ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀ । ମନ୍ତ୍ରୀ ବିଳମ୍ବର କାରଣ ପଚାରିବାରୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ।

ପରେ ମନ୍ତ୍ରୀ ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗ୍ରସ୍ତ କରିଥିଲେ। ଦିନ ୧୦.୨୩ରେ ମଧ୍ୟ ପିଲାମାନେ ହତାରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ । ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହଉଥିବାର ଓ ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରି ଥିବାର ଦେଖିଥିଲେ। ମନ୍ତ୍ରୀ ସ୍କୁଲକୁ ଆସିବା ଦେଖି ପ୍ରଧାନଶିକ୍ଷକ ଅଟକି ଯାଇଥିଲେ। ତେବେ କ୍ଲାସ କଣ ପାଇଁ ଆରମ୍ଭ ହୋଇନି। ପିଲାମାରେ କାହିଁକି ବୁଲୁଛନ୍ତି ପଚାରିବା ସହ ସ୍କୁଲ କାଗଜ ପତ୍ର ଯାଞ୍ଚ କରିଥିଲେ ମନ୍ତ୍ରୀ। ତେବେ ସ୍କୁଲର କାଗଜ ପତ୍ରରେ ମଧ୍ୟ ଅନିଯମୀୟତା ଦେଖିବାକୁ ପାଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଯାଇଥିବା ମନ୍ତ୍ରୀ ସଙ୍ଗେ ସଙ୍ଗେ ଜଣେ ସିଆରସିଙ୍କ ସମେତ ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ସେମାନଙ୍କ ଦରମା ବନ୍ଦ କରିଛନ୍ତି ।
ସୂଚନାଯୋଗ୍ୟ ମନ୍ତ୍ରୀ ଗତ ଦୁଇ ଦିନତଳେ ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ। ସ୍କୁଲରେ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ତଦାରଖ କରିବା ସହ ପିଲାଙ୍କୁ କିଭଳି ଶିକ୍ଷାଦାନ ଦିଆଯାଉଛି ତଦାରଖ କରୁଛନ୍ତି ମନ୍ତ୍ରୀ । ଏହି କ୍ରମରେ ସେ ହଠାତ ମଠସାହି ମହାବୀର ନୋଡାଲ ସ୍କୁଲରେ ପହଞ୍ଚିଥିଲେ। ସେଠାରେ ପିଲାଙ୍କୁ ପାଠ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିବା ସହ ତୃତୀୟ ଶ୍ରେଣୀ ପିଲାକୁ ପଣିକିଆ ପଚାରିଥିଲେ । ସନ୍ତୋଷ ଜନକ ଉତ୍ତର ନପାଇବାରୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।












Click it and Unblock the Notifications