Get Updates
Get notified of breaking news, exclusive insights, and must-see stories!

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ, ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଲେ ପ୍ରତିକ୍ରିୟା । ବିରୋଧୀଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି, ଶବ ଉପରେ ରାଜନୀତି କରିବାକୁ ଚାହୁଁଛନ୍ତି ବିରୋଧୀ ।

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଲେ ପ୍ରତିକ୍ରିୟା । ବିରୋଧୀଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି, ଶବ ଉପରେ ରାଜନୀତି କରିବାକୁ ଚାହୁଁଛନ୍ତି ବିରୋଧୀ । ଲୋକଙ୍କ ସହ ସମ୍ପର୍କ ନାହିଁ । କରୋନା ବେଳେ ବି ଦେଖା ଦେଲେନି। ପାହାଡ଼ରେ ମୁଣ୍ଡ ବାଡ଼େଇବା ଯାହା, ବିରୋଧୀଦଳ ଯାହା କହୁଛନ୍ତି ତାହା ।

Mass Education Minister

ମନ୍ତ୍ରୀ କହିଛନ୍ତି, 'ଶବ ଉପରେ ରାଜନୀତି କରାନଯାଉ । ଆମେ ସମସ୍ତେ ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଦୁଃଖିତ ଏବଂ ଆମେ ଶୋକ ସଭା ମଧ୍ୟ କରିଛୁ । ଯେଉଁମାନେ ଶବକୁ ନେଇ ରାଜନୀତି କରୁଛନ୍ତି, ଲୋକଙ୍କ ପାଖରେ ଯେଉଁମାନଙ୍କର ସମ୍ପର୍କ ନାହିଁ । ନିମାପଡ଼ାରେ ବିଜେଡ଼ି କରୁଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ସେ ଏହି ମତ ଦେଇଛନ୍ତି।

ସୂଚନାଉଥି କି, ଏହି ମାମଲାରେ ଭାଇରାଲ ଅଡିଓରେ ଥିବା ମୃତ ଧର୍ମେନ୍ଦ୍ର ସାହୁଙ୍କ ସାଙ୍ଗ ଅକ୍ଷୟ ସାହୁ ରବିବାର ସକାଳେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଛନ୍ତି । ଶନିବାର ଏସିପି ତାଙ୍କୁ ହାଜର ହେବାକୁ ନୋଟିସ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଶେଷ ଥର ପାଇଁ ଅକ୍ଷୟଙ୍କ ସହ କଥା ହୋଇଥିଲେ । ତେବେ ଏନେଇ ଡିସିପି ଅଫିସରେ ତାଙ୍କୁ ପଚରା ଉଚରା କରାଯାଇଥିବା ଅକ୍ଷୟ ସାହୁ ଗଣମାଧ୍ୟମକୁ କହିଛନ୍ତି ।

ସେ କହିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ଅକ୍ଷୟ ତାଙ୍କୁ କଲ୍ କରି ସବୁ କଥା ରେକଡିଂ କରିବାକୁ କହିଥିଲେ । ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ଦାସଙ୍କ ସମେତ ଅନ୍ୟମାନେ କିଭଳି ଦାୟୀ ତହା କହିଥିଲେ । ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଓ ଅକ୍ଷୟ କଥା ହୋଇଥିଲେ। ଯାହାର ଅଡିଓ ରେକର୍ଡ଼ ରହିଛି । ଯେଉଁଛିରେ ଧର୍ମେନ୍ଦ୍ର ଅନେକ ଥର ମନ୍ତ୍ରୀ ସମୀର ଦାସଙ୍କ ନାମ ନେଇଛନ୍ତି । ମାମଲାରେ ମନ୍ତ୍ରୀଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ ନାମ ମଧ୍ୟ ରହିଛି। ତେଣୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କଲେ ଅନେକ ଘଟଣା ଉପରୁ ପରଦା ହଟିପାରିବ ବୋଲି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି ।

କହିରଖୁ କି, ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଟେଲିଫୋନରେ ଅକ୍ଷୟଙ୍କ ସହ କଥା ହୋଇଥିଲେ । ସେହି ଅଡିଓ ଭାଇରାଲ ହୋଉଛି । ଅଡ଼ିଓରୁ ଜାଣିବାକୁ ମିଳିଛି ଯେ, ଧର୍ମେନ୍ଦ୍ର ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାସଙ୍କ ସହ ୭ ଜଣଙ୍କୁ ଦାୟୀ କରିଥିଲେ । ଭାଇରାଲ ଅଡିଓକୁ ନେଇ ପୋଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ନୋଟିସ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+