For Quick Alerts
Turn On Notification  
For Daily Alerts
Oneindia App Download

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ, ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଲେ ପ୍ରତିକ୍ରିୟା । ବିରୋଧୀଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି, ଶବ ଉପରେ ରାଜନୀତି କରିବାକୁ ଚାହୁଁଛନ୍ତି ବିରୋଧୀ ।

|

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଲେ ପ୍ରତିକ୍ରିୟା । ବିରୋଧୀଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି, ଶବ ଉପରେ ରାଜନୀତି କରିବାକୁ ଚାହୁଁଛନ୍ତି ବିରୋଧୀ । ଲୋକଙ୍କ ସହ ସମ୍ପର୍କ ନାହିଁ । କରୋନା ବେଳେ ବି ଦେଖା ଦେଲେନି। ପାହାଡ଼ରେ ମୁଣ୍ଡ ବାଡ଼େଇବା ଯାହା, ବିରୋଧୀଦଳ ଯାହା କହୁଛନ୍ତି ତାହା ।

Mass Education Minister

ମନ୍ତ୍ରୀ କହିଛନ୍ତି, 'ଶବ ଉପରେ ରାଜନୀତି କରାନଯାଉ । ଆମେ ସମସ୍ତେ ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଦୁଃଖିତ ଏବଂ ଆମେ ଶୋକ ସଭା ମଧ୍ୟ କରିଛୁ । ଯେଉଁମାନେ ଶବକୁ ନେଇ ରାଜନୀତି କରୁଛନ୍ତି, ଲୋକଙ୍କ ପାଖରେ ଯେଉଁମାନଙ୍କର ସମ୍ପର୍କ ନାହିଁ । ନିମାପଡ଼ାରେ ବିଜେଡ଼ି କରୁଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ସେ ଏହି ମତ ଦେଇଛନ୍ତି।

ସୂଚନାଉଥି କି, ଏହି ମାମଲାରେ ଭାଇରାଲ ଅଡିଓରେ ଥିବା ମୃତ ଧର୍ମେନ୍ଦ୍ର ସାହୁଙ୍କ ସାଙ୍ଗ ଅକ୍ଷୟ ସାହୁ ରବିବାର ସକାଳେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଛନ୍ତି । ଶନିବାର ଏସିପି ତାଙ୍କୁ ହାଜର ହେବାକୁ ନୋଟିସ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଶେଷ ଥର ପାଇଁ ଅକ୍ଷୟଙ୍କ ସହ କଥା ହୋଇଥିଲେ । ତେବେ ଏନେଇ ଡିସିପି ଅଫିସରେ ତାଙ୍କୁ ପଚରା ଉଚରା କରାଯାଇଥିବା ଅକ୍ଷୟ ସାହୁ ଗଣମାଧ୍ୟମକୁ କହିଛନ୍ତି ।

ସେ କହିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ଅକ୍ଷୟ ତାଙ୍କୁ କଲ୍ କରି ସବୁ କଥା ରେକଡିଂ କରିବାକୁ କହିଥିଲେ । ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ଦାସଙ୍କ ସମେତ ଅନ୍ୟମାନେ କିଭଳି ଦାୟୀ ତହା କହିଥିଲେ । ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଓ ଅକ୍ଷୟ କଥା ହୋଇଥିଲେ। ଯାହାର ଅଡିଓ ରେକର୍ଡ଼ ରହିଛି । ଯେଉଁଛିରେ ଧର୍ମେନ୍ଦ୍ର ଅନେକ ଥର ମନ୍ତ୍ରୀ ସମୀର ଦାସଙ୍କ ନାମ ନେଇଛନ୍ତି । ମାମଲାରେ ମନ୍ତ୍ରୀଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ ନାମ ମଧ୍ୟ ରହିଛି। ତେଣୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କଲେ ଅନେକ ଘଟଣା ଉପରୁ ପରଦା ହଟିପାରିବ ବୋଲି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି ।

କହିରଖୁ କି, ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଟେଲିଫୋନରେ ଅକ୍ଷୟଙ୍କ ସହ କଥା ହୋଇଥିଲେ । ସେହି ଅଡିଓ ଭାଇରାଲ ହୋଉଛି । ଅଡ଼ିଓରୁ ଜାଣିବାକୁ ମିଳିଛି ଯେ, ଧର୍ମେନ୍ଦ୍ର ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାସଙ୍କ ସହ ୭ ଜଣଙ୍କୁ ଦାୟୀ କରିଥିଲେ । ଭାଇରାଲ ଅଡିଓକୁ ନେଇ ପୋଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ନୋଟିସ କରିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mass Education Minister on Dharmendra Shaoo Death Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X