ଋଷିକୁଲ୍ୟାରେ ୩ ଦିନରେ ୧.୨୦ ଲକ୍ଷ ଅଲିଭ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ

ଋଷିକୁଲ୍ୟା ମୁହାଣରେ ପୁଣି ଗଣ ଅଣ୍ଡାଦାନ କରିଛନ୍ତି ବିରଳ ପ୍ରଜାତି ଅଲିଭ୍‌ ରିଡ଼ଲେ । ଚଳିତବର୍ଷ ପ୍ରଥମ ପର୍ଯ୍ୟାୟର ଗଣ ଅଣ୍ଡାଦାନ ରେକ୍ରଡ ସଂଖ୍ୟକ ହୋଇଥିବା ବେଳେ ପୁଣି ଥରେ ଗତ ୨୧ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି ।

ଗତ ତିନି ଦିନ ମଧ୍ୟରେ ୧ ଲକ୍ଷ ୨୦ ହଜାର ୩୧ଟି କଇଁଛ ଗଣ ଅଣ୍ଡାଦାନ କରି ଫେରିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୮ ଦିନ ଧରି ଗଣ ଅଣ୍ଡାଦାନ ଚାଲିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଥିବା ଗଣ ଅଣ୍ଡାଦାନ ଆଉ କିଛି ଦିନ ଧରି ଚାଲିବ ବୋଲି ଆଶା କରାଯାଉଛି ।

Olive Ridley eggs

ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ:

ଦୀର୍ଘ ବର୍ଷ ପରେ ଗୋଟିଏ ବର୍ଷରେ ଦ୍ବିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ହୋଇଥିବା ଯୋଗୁଁ ବନ କର୍ମଚାରୀଠାରୁ ଆରମ୍ଭ କରି ପରିବେଶବିତ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପୂର୍ବରୁ ବେଳାଭୂମିର ଯେଉଁ ସ୍ଥାନରେ ଅଣ୍ଡାଦାନ ହୋଇଥିଲା ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସେହି ସ୍ଥାନରେ ଅଣ୍ଡାଦାନ ହେଉଥିବା ଯୋଗୁଁ କିଭଳି ସୁରକ୍ଷିତ ଭାବରେ ବେଳାଭୂମିରୁ କଇଁଛ ଛୁଆ ବାହାରି ସମୁଦ୍ର ମଧ୍ୟକୁ ଯିବେ ସେନେଇ ସୁରକ୍ଷା ବ୍ୟବସ୍ଥାକୁ ବନବିଭାଗ ପକ୍ଷରୁ କଡ଼ାକଡ଼ି କରାଯାଇଛି । ଋଷିକୁଲ୍ୟା ମୁହଣରେ ଚଳିତବର୍ଷ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ରେକର୍ଡ ସଂଖ୍ୟକ ଗଣ ଅଣ୍ଡାଦାନରେ ସାମିଲ ହେବା ଘଟଣା ରାଜ୍ୟର ସମସ୍ତ ରେକର୍ଡକୁ ଭାଙ୍ଗି ଏକ ନୂତନ ରେକର୍ଡ କରିଥିବା ନେଇ ସୂଚନା ଦେଇଛି ବନ ବିଭାଗ ।

ପ୍ରଥମ ପର୍ଯ୍ୟାୟରେ ଋଷିକୁଲ୍ୟା ମୁହାଣରେ ୮ ଦିନ ମଧ୍ୟରେ ପ୍ରାୟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଆସି ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ , ଯାହା ଏକ ରେକର୍ଡ ସୃଷ୍ଟି କରିଥିଲା । ପୁଣି ଏହାର କିଛି ଦିନ ପରେ ଅର୍ଥାତ ଗୋଟିଏ ବର୍ଷରେ ଦୁଇ ଦୁଇ ଥର ଗୋଟିଏ ସ୍ଥାନରେ ଗଣ ଅଣ୍ଡାଦାନ ହେବା ପରିବେଶ ପ୍ରେମୀ ଓ ବନ ବିଭାଗ ପାଇଁ ଆଣିଦେଇଛି ଖୁସିର ଖବର । ଦୀର୍ଘ ବର୍ଷର ବ୍ୟବଧାନରେ ପୁଣି ଥରେ ଋଷିକୁଲ୍ୟା ମୁହାଣରେ ଦ୍ୱିତୀୟ ଥର ପାଇଁ ଏହି ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ହଜାର ହଜାର ଅଲିଭ ରିଡ଼ଲେ କଇଁଛ । ଗତ ୨୧ ତାରିଖରୁ ଋଷିକୁଲ୍ୟା ମୁହାଣରେ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି । ତେବେ ବ୍ରହ୍ମପୁର ବନ ବିଭାଗର ରିପୋର୍ଟ ଅନୁଯାୟୀ ପ୍ରଥମ ଦିନ ଅର୍ଥାତ୍‌ ମାର୍ଚ୍ଚ ୨୧ ତାରିଖ ଦିନ ୩୮ ହଜାର ୭୭୯ଟି କଇଁଛ, ୨୨ ତାରିଖରେ ୩୯ ହଜାର ୫୨୧ କଇଁଛ, ୨୩ ତାରିଖରେ ୪୧ ହଜାର ୭୩୧ଟି କଇଁଛ ଗଣ ଅଣ୍ଡାଦାନ କରିଛନ୍ତି । ତିନି ଦିନ ମଧ୍ୟରେ ମୋଟ ୧ ଲକ୍ଷ ୨୦ ହଜାର ୩୧ଟି ଅଲିଭ ରିଡ଼ଲ କଇଁଛ ଅଣ୍ଡାଦାନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+