ଶୃଙ୍ଖଳିତ ରଥଯାତ୍ରା ଉଚ୍ଚସ୍ତରୀୟ ବୈଠକ: ପୁରୀ ଆସୁଥିଲେ ମାସ୍କ ବାଧ୍ୟତାମୂଳକ
ଶୃଙ୍ଖଳିତ ରଥଯାତ୍ରା ଅନୁଷ୍ଠିତ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏଥି ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ବାକି ରହିଲା ମାତ୍ର 4 ଦିନ । ଆସନ୍ତା ଜୁଲାଇ 1 ତାରିଖରେ ହେବାକୁ ଥିବା ପୁରୀ ରଥଯାତ୍ରାକୁ ନେଇ ଆଜି ପୁରୀରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୃଙ୍ଖଳିତ ରଥଯାତ୍ରା ଅନୁଷ୍ଠିତ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏଥି ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ଯୋଗୁଁ ଏବଂ ପୁରୀରେ ସଂକ୍ରମଣ ଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେ ଆହୁରି କହିଛନ୍ତି, ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବା ଭଲ। ରଥଯାତ୍ରା ପାଇଁ ପୁରୀ ଷ୍ଟେସନ, ବସ୍ଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲଥ୍ କ୍ୟାମ୍ପ ଖୋଲିବ ।
ଅନ୍ୟପଟେ ରଥଯାତ୍ରା ପାଇଁ ପୁରୀରେ ୧୮୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଟ୍ରାଫିକ ନିୟମ ପାଳନ କରିବାକୁ ପୁରୀ ତଥା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅନୁରୋଧ କଲେ ଡିଜିପି । ସେହିପରି ସମୁଦ୍ର ତଟ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । କୋରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତ ବଡ଼ଦାଣ୍ଡକୁ ଯାଇ ଦେଖି ପାରିନଥିଲେ ରଥଯାତ୍ରା। ଏଥର ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ ।












Click it and Unblock the Notifications