ଭୁବନେଶ୍ବରରେ ମାସ୍କ ବାଧ୍ୟତାମୂଳକ
ରାଜ୍ୟ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ପ୍ରଥମେ ରାଜଧାନୀରେ ମାସ୍କ କଟକଣାକୁ ପୁଣି ଲାଗୁ କରାଯାଇଛି ।
ଭୁବନେଶ୍ବର: ରାଜ୍ୟ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ପ୍ରଥମେ ରାଜଧାନୀରେ ମାସ୍କ କଟକଣାକୁ ପୁଣି ଲାଗୁ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି । ପୁଣି ରାଜଧାନୀରେ ମାସ୍କ ହେଲା ବାଧ୍ୟତାମୂଳକ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା କରାଗଲା ବାଧ୍ୟତାମୂଳକ ।

ବିଏମସିର ନିର୍ଦ୍ଦେଶ ମୁତାବକ କେବଳ ଭୁବନେଶ୍ୱରରେ ରହୁଥିବା ଲୋକ ନୁହେଁ ବରଂ ଅନ୍ୟ ଠାରୁ ଭୁବନେଶ୍ୱର ଆସୁଥିବା ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ବିଏମସି ନିର୍ଦ୍ଦେଶ ଦେଇଛି । ଏହା ସହ ମଲ ଓ ଦୋକାନ ମାନଙ୍କରେ ୨ ମିଟର ସାମାଜିକ ଦୂରତା ରକ୍ଷା କରିବାକୁ ବିଏମସି ପରାମର୍ଶ ଦେଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୪ ଟି ଲୋକାଲ କେସ ରହିଛି ।












Click it and Unblock the Notifications