ଗଞ୍ଜାମରେ ବାହାଘର ଭୋଜିରେ ଲାଗିଲା କଟକଣା : ମାନିବାକୁ ପଡିବ ଏହି ସବୁ ନିୟମ
ଗଞ୍ଜାମରେ ବାହାଘର ଭୋଜିରେ ଲାଗିଲା କଟକଣା
ଗଞ୍ଜାମ । ରାଜ୍ୟରେ କୋରନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ପାଞ୍ଚ ଦିନରେ ପାଞ୍ଚଶହ ଅତିକ୍ରମ କରିଛି କରୋନା ଆକ୍ରାନ୍ତ ସଂଖ୍ୟା । ତେବେ ଭବିଷ୍ୟତରେ ପୁଣି ଗଞ୍ଜାମର ସ୍ଥିତି ବିଗିଡି ପାରେ ଏହି କାରଣରୁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଏହାର ପ୍ରତିରୋଧ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଜି ବଡ ନିଷ୍ପତ୍ତି ନେଇଛି ।

ଏହି ପରିପ୍ରେକ୍ଷୀରେ ଗଂଜାମ ରେ ବିବାହ ଉତ୍ସବରେ ୧୦୦ ମଧ୍ୟରେ ଅତିଥି ରହିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ବିବାହ ଉତ୍ସବ ରେ ଯୋଗ ଦେଉଥିବା ଲୋକ ଖାଦ୍ୟ ଖାଇ ପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟା ଯିବ ବୋଲି ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଯଦି କୌଣସି ପରିସ୍ଥିତିରେ ଏହାକୁ କିଏ ଅମାନ୍ୟ କରନ୍ତି ତାହେଲେ କଡା କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ ବୋଲି କହିଛି ପ୍ରଶାସନ।












Click it and Unblock the Notifications