ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ : ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ନିଷ୍ପତ୍ତି

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ ବନ୍ଦ ନିଷ୍ପତ୍ତି। ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିରେ ମାର୍କେଟ ବନ୍ଦ ହୋଇଛି। ଦୀର୍ଘଦିନ ହେଲା ସ୍ଥାୟୀ ଓ ଉଠା ଦୋକାନୀ ମଧ୍ୟରେ ଥିବା ବିବାଦ ସମାଧାନ ପାଇଁ ବିଏମ୍‌ସି କୌଣସି ପଦକ୍ଷେପ ନେଉ ନ ଥିବାରୁ ବନ୍ଦ କରି ପ୍ରତିବାଦ ।

ଆଗରୁ ଏନେଇ ଚେତାବନୀ ଦେଇଛନ୍ତି ସ୍ଥାୟୀ ଦୋକାନ ମାଲିକ ସଂଘ। ମାର୍କେଟ୍ ଭିତରେ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ ନେଇ ଏପରି ନିଷ୍ପତ୍ତି ନେଇଛି ଦୋକାନ ମାଲିକ ସଂଘ ।

bmc

ଅନୁମତି ନଥିବା ବ୍ୟବସାୟୀଙ୍କୁ କେବଳ ଭର୍ଚୁଆଲ୍ ଭାବେ ବନ୍ଦ କରାଯାଇଥିବା ବେଳେ ସେମାନେ ଅସ୍ଥାୟୀ ପସରା ଖୋଲୁଛନ୍ତି । ମାର୍କେଟ ବିଲ୍ଡିଂରେ ଗହଳି କରିବା ସହ ଏଣେତେଣେ ଅଳିଆ ଆବର୍ଜନା ଫିଙ୍ଗୁଛନ୍ତି ।

ଭୁବନେଶ୍ୱର ମହାନଗର ନିଗମକୁ ଅନେକ ଥର ସ୍ଥାୟୀ ଦୋକାନୀ ସଂଘ ଏ ବାବଦରେ ଅବଗତ କରାଇଛନ୍ତି । କିନ୍ତୁ ଏ ନେଇ ବିଏମସିର ନିଘା ନାହିଁ । ବାରମ୍ବାର ଅଭିଯୋଗ ପରେ କୌଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ ଉଭୟ ସ୍ଥାୟୀ ଦୋକାନୀ ଏବଂ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସମସ୍ୟାର ସମାଧାନ ନ ହେବାରୁ ଏପରି ନିଷ୍ପତ୍ତି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+