ସୋମବାରଠୁ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା, ଡିସେମ୍ବର ୧୮ ଯାଏ ଚାଲିବ ପ୍ରକ୍ରିୟା

ସୋମବାରଠାରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା । ଏହା ଡିସେମ୍ବର ୧୮ ତାରିଖରେ ସରିବ । ଏହି ଜନଗଣନାକୁ ସଫଳ କରିବା ନିମନ୍ତେ ଆଇସିଏଆର (ସେଣ୍ଟ୍ରାଲ ମେରାଇନ ଫିସରିଜ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।

ଜନଗଣନାକୁ ତ୍ରୁଟିମୁକ୍ତ ଓ ସୁବିଧା ନିମନ୍ତେ ବ୍ୟାସ (ଭିୱାଇଏଏସ୍‌) ଭାରତ ମୋବାଇଲ ଆପ୍‌ ପ୍ରସ୍ତୁତ କରାଯାଇଛି । ଆମ ରାଜ୍ୟର ୬ଟି ସମୁଦ୍ରକୂଳିଆ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବସବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ନିର୍ଭରଶୀଳ ପରିବାର ସର୍ଭେ କରାଯିବ । ଆମ ରାଜ୍ୟର ପୁରୀ ସମେତ ୬ ଜିଲ୍ଲାରେ କେତେ ମତ୍ସ୍ୟଜୀବୀ ପରିବାର ବାସ କରୁଛନ୍ତି, ସେମାନଙ୍କ କୌଳିକ ବୃତ୍ତି, ଡଙ୍ଗା, ଜାଲ, ଘର, ଜୀବନ ନିର୍ବାହରେ ପରିବର୍ତ୍ତନ, ମୌଳିକ ଆବଶ୍ୟକତା, ପାରିବାରିକ ସ୍ଥିତି ପ୍ରଭୃତି ସମସ୍ତ ଜିନିଷର ଟିକନିଖି ବିଷୟ ଏହି ଜନଗଣନାରେ ସଂଗ୍ରହ କରାଯିବ ।

Marine Fishermen Census to begin from Monday

୨୦୧୬ରେ ଏହି ଜନଗଣନା ହୋଇଥିଲା । ପ୍ରତି ୫ ବର୍ଷରେ ଥରେ ଏହି ଜନଗଣନା କରାଯାଇ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସ୍ଥିତି ଯାଞ୍ଚ କରାଯାଉଛି । ଏହାଦ୍ୱାରା ସେମାନଙ୍କ ପାରିବାରିକ ସ୍ଥିତି ସମ୍ପର୍କରେ ସରକାର ଜାଣିବା ସହ ଆବଶ୍ୟକତା ପୂରଣ ନିମନ୍ତେ ପଦକ୍ଷେପ ନେଇଥାଆନ୍ତି । ଏହାର ପ୍ରଭାବ ମଧ୍ୟ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉପରେ ପଡ଼ୁଛି । ମାତ୍ର ୨୦୨୧ରେ ହେବାକୁ ଥିବା ଜନଗଣନା କରୋନା ମହାମାରୀ ଯୋଗୁଁ ହୋଇପାରିନଥିଲା । ସରକାର ଚଳିତ ବର୍ଷ ଏହି ଜନଗଣନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ସର୍ଭେରେ ଓଡ଼ିଶାର ୬ ଜିଲ୍ଲାରେ ୫୫ ମତ୍ସ୍ୟ ଅବତରଣ ପୋତ, ୭୩୯ ମତ୍ସ୍ୟଜୀବୀ ଗ୍ରାମ, ୧ ଲକ୍ଷ ୧୫ ହଜାର ୨୨୮ ମତ୍ସ୍ୟଜୀବୀ ପରିବାର, ୯୨ ହଜାର ୫୬୯ ମତ୍ସ୍ୟଜୀବୀ ବୃତ୍ତିଧାରୀ ପରିବାର ଓ ୫ ଲକ୍ଷ ୧୭ ହଜାର ୬୨୩ ଜଣ ମତ୍ସ୍ୟଜୀବୀ ଥିବା ସର୍ଭେରୁ ଜଣାପଡ଼ିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+