ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ୩କୋଟିରୁ ଅଧିକ ଟଙ୍କାର ମାରିଜୁଆନା
ଭୁବନେଶ୍ଵର ବିମାନବନ୍ଦରରୁ ୩କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ ହୋଇଛି। ଜଣେ ଯାତ୍ରୀଙ୍କ ଲଗେଜରୁ ଏହି ମାରିଜୁଆନାକୁ ଜବତ କରିଛି କଷ୍ଟମ ବିଭାଗ। ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ତାଙ୍କ ନାଁ ହେଉଛି ମହମ୍ମଦ ଓ ଘର କେରଳରେ।

ସୂଚନା ଅନୁସାରେ, ମହମ୍ମଦ ବ୍ୟାଙ୍କକରୁ ଏହି ମାରିଜୁଆନା ଆଣିଥିଲେ। କଷ୍ଟମ ବିଭାଗ ଅଧିକାରୀମାନେ ତାଙ୍କ ଲଗେଜ ଲାଞ୍ଚ କରିବା ସମୟରେ ସେଥିରୁ ମାରିଜୁଆନା ଠାବ ହୋଇଥିଲା, ଯାହାର ମୂଲ୍ୟ ୩କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି।












Click it and Unblock the Notifications