For Quick Alerts
Turn On Notification  
For Daily Alerts
Oneindia App Download

୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ଦେଶରେ ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ ହେଲା ମାର୍ଚ୍ଚ

ମାର୍ଚ୍ଚ ମାସରେ, ମେ-ଜୁନ୍ ପରି ଗରମ ଅନୁଭୁତ ହେଉଛି । ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ ।

|

ଭୁବନେଶ୍ବର: ଦେଶରେ ଗୋଟିଏ ପଟେ କରୋନା ଉପରେ ବିପଦ ଦେଖାଦେଇଛି । ଅନ୍ୟ ପଟେ ଉତ୍ତାପ ମଧ୍ୟ ଲୋକଙ୍କ ଅବସ୍ଥାକୁ ଖରାପ କରିଦେଇଛି। ମାର୍ଚ୍ଚ ମାସରେ, ମେ-ଜୁନ୍ ପରି ଗରମ ଅନୁଭୁତ ହେଉଛି । ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ ।

weather report

ତାତିରେ ୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ମାର୍ଚ୍ଚ ମାସ । ମାର୍ଚ୍ଚରେ ଦେଶର ଅନେକ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଗୋଟିଏ ମାସରେ ସର୍ବାଧିକ, ସର୍ବନିମ୍ନ ଓ ସ୍ୱାଭାବିକ ତାପମାତ୍ରା କ୍ଷେତ୍ରରେ ୨୦୨୧ ମାର୍ଚ୍ଚ ଉତ୍ତପ୍ତ ମାସ ହୋଇଛି । ମାର୍ଚ୍ଚରେ ସର୍ବାଧିକ ହାରାହାରି ତାପମାତ୍ରା ୩୨ ଦଶମିକ ୬୫ ଡିଗ୍ରୀ ସେଲସିୟସ ରହିଥିଲା ବେଳେ ସର୍ବନିମ୍ନ ୧୯ ଦଶମିକ ୯୫ ଓ ସ୍ୱାଭାବିକ ୨୬ ଦଶମିକ ୩୦ ଡିଗ୍ରୀ ସେଲସିୟସ ରହିଥିଲା ।

ଚଳିତବର୍ଷ ମାର୍ଚ୍ଚରେ ହାରାହାରି ତାପମାତ୍ରା ଥିଲା ୩୨ ଦଶମିକ ୬୫ ଡିଗ୍ରୀ ସେଲସିୟସ । ଯାହାକି ଗତ ୧୧ ବର୍ଷରେ ସର୍ବାଧିକ ଏବଂ ୧୨୧ ବର୍ଷରେ ତୃତୀୟ ସର୍ବାଧିକ । ୨୦୧୦ ପ୍ରଥମ ଓ ୨୦୧୪ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ମାର୍ଚ୍ଚ ଥିଲା । ୨୦୧୦ରେ ୩୩ ଦଶମିକ ୦୨ ଓ ୨୦୧୪ରେ ୩୨ ଦଶମିକ ୮୨ ଡିଗ୍ରୀ ସେଲସିୟସ ରହିଥିଲା । ଏହାପୂର୍ବରୁ 2010 ରେ ଦେଶର ହାରାହାରି ସର୍ବାଧିକ ତାପମାତ୍ରା 33.09 ଏବଂ 2004 ରେ ଏହା 32.82 ଥିଲା। ତେବେ ଏହି ଦୁଇ ବର୍ଷ ମାର୍ଚ୍ଚରେ ଏତେ ଉତ୍ତାପ ଦେଖାଯାଇଥିଲା । ସେହିପରି ହୋଲି ଦିନ ଦିଲ୍ଲୀରେ 40.1 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
March is the third warmest month in the history of 121 years
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X