ମାର୍ଚ୍ଚ ଗାଇଡଲାଇନ: ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ମନା

ହୋଲି ସମୟରେ ବାହାରେ ରଙ୍ଗ ନଖେଳି ନିଜ ଘରେ ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ସରକାର । ସେହିପରି ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ହୋଲି ସମୟରେ କଟକଣା ଜାରି କରିପାରିବେ ବୋଲି ମଧ୍ୟ କୁହାଯାଇଛି ।

ଭୁବନେଶ୍ୱର: ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନରେ ପର୍ବପର୍ବାଣୀ ଉପରେ ଅଧିକ ଧ୍ୟାନ ଦେଇଛନ୍ତି ସରକାର । ବିଶେଷ କରି ହୋଲି ସମୟରେ ବାହାରେ ରଙ୍ଗ ନଖେଳି ନିଜ ଘରେ ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ସରକାର । ସେହିପରି ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ହୋଲି ସମୟରେ କଟକଣା ଜାରି କରିପାରିବେ ବୋଲି ମଧ୍ୟ କୁହାଯାଇଛି ।

Holi 2022

ତେବେ ମହାଶିବରାତ୍ରି ପାଳନ ନିମନ୍ତେ ପୂର୍ବରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ପାଳିତ ହେବ । ଦୋଳ ପୂର୍ଣ୍ଣିମା ସମୟରେ ଲୋକେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ଓ ସାନିଟାଇଜର ଉପଯୋଗ କରି ଆବଶ୍ୟକ କୋଭିଡ୍ ଗାଇଡଲାଇନ ମଧ୍ୟରେ ଏହା ପାଳନ କରିବେ। ମହାଶିବରାତ୍ରି ଓ ଦୋଳ ମେଳଣ ନିମନ୍ତେ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ମଧ୍ୟ ମନ୍ଦିର ଭିତରେ ଓ ବାହାରେ ଲୋକଙ୍କ ଏକଜୁଟ ହେବାକୁ ନେଇ ଆବଶ୍ୟକ କଟକଣା ଜାରି କରିପାରିବେ ।

ସେହିପରି ଦୋଳ ପୂର୍ଣ୍ଣିମାକୁ ମଧ୍ୟ ଅନୁମତି ଦେଇଛନ୍ତି ସରକାର । ହେଲେ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଭଳି କୋଭିଡ କଟକଣା ପାଳନ କରିବା ବାଧ୍ୟତାମୂଳକ ରହିଛି । ସେହିପରି ଦୋଳ ମେଲଣ ଉପରେ ସ୍ଥାନୀୟ ପ୍ରଶାସନ ଚାହିଁଲେ କଟକଣା ଲଗାଇପାରିବେ ଓ କେତେ ଜଣ ଏଥିରେ ସାମିଲ ହୋଇପାରି ସେ ନେଇ ମଧ୍ୟ ନିଷ୍ପତ୍ତି ନେଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+