ମାଲକାନଗିରିରେ ବିଜେପି କର୍ମୀଙ୍କ ହତ୍ୟା କଲେ ନକ୍ସଲ
Maoists Kill BJP Worker: ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ବର୍ବରକାଣ୍ତ, ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା । ମୃତକ ଜଣ ହଲେ ମାଣ୍ତେରାମ ଫୁଡିଆମୀ । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ନକ୍ସଲ ମାନେ ବିଜେପି କର୍ମୀ ଜଣଙ୍କୁ ଘରୁ ଡାକି ନେଇଥିଲେ । ପରେ ତାଙ୍କ ହତ୍ୟା କରି କୁଟୁର ଥାନା ଅର୍ଥର୍ଗତ ସମନପଲ୍ଲୀ ଗାଁ ନିକଟରେ ପକାଇ ଦେଇଥିଲେ ।ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭକରିଛି ।

କୁହାଯାଉଛି ବିଜେପି କର୍ମୀ ଜଣକ ପୋଲିସକୁ ନକ୍ସଲଙ୍କ ବିଷୟରେ ସୂଚନା ଦେଉଥିବା ଜାଣିବା ପରେ ତାଙ୍କର ହତ୍ୟା କରାଯାଇଛି । ନକ୍ସଲ ମାନେ ମୃତ ଦେହ ପାଖରେ ଏକ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ତେବେ ଏପରି ଘଟଣା ସ୍ଥାନୀୟ ଅଞ୍ଚଳର ଭୟର ବାତାବରମ ସୃଷ୍ଟି କରିଛି । ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରଖିଛି ।












Click it and Unblock the Notifications