Get Updates
Get notified of breaking news, exclusive insights, and must-see stories!

ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ; ବିଜେପି ନେତାଙ୍କୁ ନିର୍ମମ ହତ୍ୟା

ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । BJP ନେତା ତିରୁପତି କୋଟଲାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ମାଓବାଦୀ ତେୟନାର ଗାଁରେ ବାହାଘର ପାର୍ଟିରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ।

ପୋଲିସ ଷ୍ଟେସନଠାରୁ ପ୍ରାୟ ୭୦୦ ମିଟର ଦୂରରେ ଏହି ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଅତ୍ୟଧିକ ରକ୍ତସ୍ରାବ ହେତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମାଓବାଦୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ।

Maoists kill bjp politician

ଛତିଶଗଡର ମନ୍ତ୍ରୀ କେଦାର କାଶ୍ୟପ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି, "ବିଜେପୁର ବିଜେପି ନେତା ତଥା ତିରୁପତି କୋଟଲାଙ୍କର ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ଅମର ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି । ମୃତ ତିରୁପତି କୋଟଲା ସ୍ଥାନୀୟ ଅଞ୍ଚଳର ବିଜେପି ନେତା । ସେ କୋଅପରେଟିଭ୍ ସେଲ୍ କମିଟିର ଜିଲ୍ଲା ସଦସ୍ୟ ତଥା ସଂଯୋଜକ ମଧ୍ୟ ଥିଲେ ।

ବିଜାପୁର ଏସପି ଜିତେନ୍ଦ୍ର ଯାଦବଙ୍କ ଅନୁଯାୟୀ, ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ତିରୁପତି କୋଟଲା ତୋୟନାର ଗାଁକୁ ଯାଇଥିଲେ। ଆଉ ସେଠାରୁ ଫେରିବା ବେଳେ ମାଓବାଦୀମାନେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କର ବେକ, ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଏବଂ ବିଜେପିର ବହୁ ବଡ ନେତା ଡାକ୍ତରଖାନାରେ ପହଞ୍ଚିଥିଲେ । ତିରୁପତି ବହୁ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ।
ସେ ନକ୍ସଲମାନଙ୍କ ଟାର୍ଗେଟ ତାଲିକାରେ ମଧ୍ୟ ଥିଲେ । ଗତ ଏକ ବର୍ଷ ମଧ୍ୟରେ ବସ୍ତର ଡିଭିଜନରେ ବିଜେପି ନେତାଙ୍କୁ ହତ୍ୟା ଘଟଣାର ଏହା ହେଉଛି ଷଷ୍ଠ ଘଟଣା । ଏହା ପୂର୍ବରୁ ନରାୟଣପୁର, ସୁକମା ଏବଂ ବିଜାପୁରରେ ନକ୍ସଲମାନେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+