ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ

ଆଜି ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ୫ଟି ରାଜ୍ୟରେ ବନ୍ଦ ଡାକରାରେ ହିଂସାକାଣ୍ଡ ହିଂସାକାଣ୍ଡ ଭିଆଇଛନ୍ତି ମାଓବାଦୀ l ଗତକାଲି ବିଳମ୍ବିତ ରାତିରେ ବାନ୍ଧମୁଣ୍ଡା ରେଲୱେ କଣ୍ଟ୍ରୋଲର ରାଙ୍ଗଡ଼ା-କରମପଦା ମଝିରେ ରେଳଧାରଣାରେ ବିସ୍ପୋରଣ କରିଛନ୍ତି l ବିସ୍ପୋରଣରେ ଦୁଇଟି ସ୍ଲିପର ବାହାରି ଯାଇଥିବା ବେଳେ ଟ୍ରାକରେ ଖାତ ସୃଷ୍ଟି ହୋଇଛି l ବିସ୍ପୋରଣ ସ୍ଥଳଠୁ ଏକ କିଲୋମିଟର ବ୍ୟବଧାନରେ ମାଓପୋଷ୍ଟର ଲଗାଇଛନ୍ତି l

Maoists

ଟ୍ରାକ କ୍ଷତିଗ୍ରସ୍ତ ହେବାରୁ ମୁମ୍ବାଇ- ହାୱାଡା ମୁଖ୍ୟ ରେଳମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି l ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି l ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍‌ପିଏଫ୍ ଓ ଆର୍‌ପିଏସ୍‌ଏଫ୍ ମୁତୟନ କରାଯାଇଛି। ଏହି ଷ୍ଟେସନଗୁଡ଼ିକ ନକ୍ସଲ ପ୍ରଭାବିତ ହେବା ସହିତ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗରେ ଅବସ୍ଥିତ ହୋଇଥିବାରୁ ରେଳ ପ୍ରଶାସନ ଏହି ୩ଟି ଷ୍ଟେସନ ଉପରେ ସ୍ୱତନ୍ତ୍ର ନଜର ରଖିଛି। ରେଳଷ୍ଟେସନ, ଟ୍ରେନ୍ ଓ ରେଳ ସମ୍ପତ୍ତିର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ରେଳ ସୁରକ୍ଷାବଳ ଓ ସରକାରୀ ରେଳବାଇ ପୁଲିସକୁ ହାଇଆଲର୍ଟରେ ରଖାଯାଇଛି। ସମ୍ବେଦନଶୀଳ ମାର୍ଗରେ ଏକ୍ସପ୍ରେସ‌୍ ଓ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକର ଯାତ୍ରା ପୂର୍ବରୁ ମାଲବାହୀ ଟ୍ରେନ୍‌ ଚଳାଇବା ପାଇଁ ନିର୍ଦେଶ ଜାରିହେଇଛି। ଏହାବ୍ୟତୀତ ରେଳଟ୍ରାକ୍, ପୋଲ ଓ ଷ୍ଟେସନ ପରିସର ନିରନ୍ତର ଯାଞ୍ଚ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+