ରାଜ୍ୟରେ ସଫଳ ହେଉଛି ମାଓବାଦୀ ଅପରେସନ, ଆତ୍ମସମର୍ପଣ କଲେ ୧୦ ମାଓବାଦୀ
ରାଜ୍ୟରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଜି କନ୍ଧମାଳ ଜିଲ୍ଲା ପୁଲିସ ରିଜର୍ଭ ପଡ଼ିଆଠାରେ ୧୦ ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି । ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଆତ୍ମସମର୍ପଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ADGP ସଞ୍ଜୀବ ପଣ୍ଡା, IGP ନିତି ଶେଖର, IGP ଦୀପକ କୁମାର, ବରିଷ୍ଠ ପୋଲିସ ଅଧିକାରୀ ଅମିତେନ୍ଦ୍ର, କନ୍ଧମାଳ ଏସପି ହରିଶ ବିଶି ପ୍ରମୁଖ ଉପସ୍ଥିତରେ ମାଓବାଦୀ ଆତ୍ମସମର୍ପଣ କରିଥିଲେ ।













Click it and Unblock the Notifications