ମାଓବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ,ସୀମାନ୍ତରୁ ମାଓ ଡମ୍ପ ଉଦ୍ଧାର
ପଣ୍ଡ ହେଲା ମାଓବାଦୀଙ୍କ ଷଡ଼ଯନ୍ତ୍ର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ସୁରକ୍ଷାକର୍ମୀ ଜଂଗଲରୁ ମାଓ ଡମ୍ପ ଉଦ୍ଧାର କରିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ସିଆରପିଏଫ ଯବାନ ଜିଲ୍ଲାର ଉରସାଙ୍ଗଲ ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ଯବାନ ସର୍ଚ୍ଚ ଅପରେସନ ବେଳେ ଜଂଗଲରେ ଏକ ମାଓ ଡମ୍ପକୁ ଉଦ୍ଧାର କରିଥିଲେ।
ଏଥିରେ ବୋଲ୍ଡ ଆକ୍ସନ ରାଇଫଲ, ଭରମାର ବନ୍ଧୁକ, ୧୨ ବୋର ସିଙ୍ଗଲ ରାଇଫଲ, ଏସଏଲଆର ରାଇଫଲ ଗୁଳି, ଇନସାସ ରାଇଫଲ ଗୁଳି, ୩୦୩ ରାଇଫଲ ଗୁଳି, ମାଗାଜିନ ଜବତ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏଠାରେ ଲୁଚାଇ ରଖିଥିବା କୁହାଯାଇଛି। ତେବେ ଏକ ବଡ ଅଘଟଣକୁ ଯବାନ ଏଡାଇ ଦେଇଥିବା କୁହାଯାଇଛି। ଏବେ ନକ୍ସଲ ଆଉ ହିଂସା ଘଟାଇବା ମୁସକିଲ ହୋଇପଡିଛି। ଯବାନଙ୍କ ଘନଘନ ଅପରେସନରେ ନକ୍ସଲ ଲୁଚିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏବେ କେବଳ ଆତ୍ମସମର୍ପଣ ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଇଛି।
ଛତିଶଗଡ ଏବଂ ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲାରେ ଗତ ୨୫ ତାରିଖରେ ଜଙ୍ଗଲରୁ ମାଓ ଡମ୍ପ୍କୁ ଉଦ୍ଧାର କରାଯାଇଥିଲା। ସୁକମା ଅଞ୍ଚଳରେ ଧୀରେଧୀରେ ନକ୍ସଲଙ୍କ ପତିଆରା କମୁଥିବାରୁ ଲୋକେ ନକ୍ସଲଙ୍କ ଦ୍ବାରା ଲୁଚାଯାଇଥିବା ସମସ୍ତ ଡମ୍ପ୍କୁ ପୁଲିସକୁ ସୂଚନା ଦେଇ ଜବତ କରିଥିଲେ। ବିଶେଷ ସୂତ୍ରରୁ ସୁକମା ପୁଲିସ ଖବର ପାଇଥିଲା ଯେ, ପିନାଚାନ୍ଦା ଏବଂ ବୋଟେତଙ୍ଗ ମଧ୍ୟରେ ଥିବା ଜଙ୍ଗଲରେ ନକ୍ସଲ ଡମ୍ପ୍ କରି ବହୁ ବିସ୍ଫୋରକ ରଖିଛନ୍ତି।

ଖବର ପାଇ ତୁରନ୍ତ ଜିଲ୍ଲା ପୁଲିସ ସମେତ କୋବ୍ରା ଯବାନ ସେହି ଅଞ୍ଚଳକୁ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲେ। ବୋଟେତଙ୍ଗ ଜଙ୍ଗଲରେ ସର୍ଚ୍ଚ ଅପରେସନ କରି ମାଓ ଡମ୍ପ୍ ଜବତ କରିଥିଲେ। ମାଓ ଡମ୍ପ୍ରୁ ବିସ୍ଫୋରକ,ବିଦ୍ୟୁତ ତାର,୪୦ଟି ସ୍ପାଇକ ରଡ,ଷ୍ଟିଲ ରଡ,୩ କିଲୋର ଦୁଇଟି ଟିଫିନ ବୋମା, ବନ୍ଧୁକ ତିଆରି ସାମଗ୍ରୀ, ବିଜିଏଲ, ଜିଲୋଟିନ, ଏୟାର ଗନ ଭଳି ବହୁ ସାମଗ୍ରୀ ଉଦ୍ଧାର କରାଯାଇଛି।
-
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ












Click it and Unblock the Notifications