ରେଳ ଷ୍ଟେସନରେ ଲାଗିଲା ମାଓ ବ୍ୟାନର, ଜୁଲାଇ ୨୮ରୁ ନକ୍ସଲ ପାଳିବେ ସହିଦ ସପ୍ତାହ
ମାଲକାନଗିରି: ରେଳ ଷ୍ଟେସନରେ ନକ୍ସଲ ବ୍ୟାନର ଲାଗିଛି । ନକ୍ସଲମାନେ ଆଗାମୀ ୨୮ ତାରିଖ ଠାରୁ ଅଗଷ୍ଟ ୩ ଯାଏଁ ସହିଦ ଦିବସ ପାଳନ କରିବାକୁ ଚେତାବନୀ ଦେଇଛନ୍ତି । ପଡ଼ୋଶୀ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା ଭାନ୍ସୀ ରେଳ ଷ୍ଟେସନରେ ଏହି ବ୍ୟାନର ଝୁଲୁଛି ।

ମିଳିଥିବା ସୂଚନାନୁସାରେ, ନକ୍ସଲମାନେ ସାଧାରଣ ବେଶରେ ରେଳ ଷ୍ଟେସନକୁ ପହଞ୍ଚି ଥିଲେ । ରେଳ କର୍ମଚାରୀଙ୍କ ଉପସ୍ଥିତିରେ ସେମାନେ କାହାରିକୁ ଭୟ ନକରି ନକ୍ସଲ ବ୍ୟାନର ଲଗାଇଥିଲେ । ଏହା ପରେ ଜଙ୍ଗଲ ଭିତରକୁ ପୁଣି ଫେରି ଯାଇଥିଲେ । ରେଳ ଷ୍ଟେସନରେ ମୁତୟନ ଥିବା ଯବାନମାନେ ମାଓ ବ୍ୟାନରକୁ ହଟାଇ ଦେଇଛନ୍ତି ।












Click it and Unblock the Notifications