ତାଣ୍ଡବ ରଚିଲେ ମାଓବାଦୀ: ଉଡ଼ାଇ ଦେଲେ ବିଟ୍ ହାଉସ, ଜଳାଇଦେଲେ ଜେସିବି
ଲାଲ୍ ବାହିନୀର ଲଙ୍କାକାଣ୍ଡ । ତାଣ୍ଡବ ରଚିଲେ ମାଓବାଦୀ । ଉଡ଼ାଇ ଦେଲେ ବିଟ୍ ହାଉସ । ଆଉ ଜଳାଇଦେଲେ ଜେସିବି। ନୂଆପଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ।
ଗତ ରାତିରେ ନକ୍ସଲମାନେ ନୂଆପଡା ସଦର ଥାନା ଗୋଳାବନ୍ଧ ଗାଁରେ ଥିବା ଫରେଷ୍ଟ ବିଟ୍ ହାଉସକୁ ବୋମା ପକାଇ ଉଡାଇ ଦେଇଛନ୍ତି । ଏହାସହ ଏକ ଜେସିବିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ।
ରାତି ଅଧାରେ ପଚାଶରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଗାଁକୁ ଆସି ଲଙ୍କାକାଣ୍ଡ କରିଛନ୍ତି । ଗାଁରେ ଥିବା ବନ ବିଭାଗର ବିଟ ହାଉସକୁ ଆଇଡି ରେ ଉଡ଼ାଇବା ସହ ଜେସିବିରେ ନିଆଁ ଲଗାଇ ଦେଇଛନ୍ତି ।
ଗାଁର ବିଭିନ୍ନ ସ୍ଥାନରେ ନକ୍ସଲ ପୋଷ୍ଟର ମରାଯାଇଛି। ଏହି ପୋଷ୍ଟରରେ ନକ୍ସଲମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଲେଖିଛନ୍ତି ଏହାସହ ଲୋକଙ୍କୁ ନକ୍ସଲ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ।

କିଛି ଦିନର ନୀରବତା ପରେ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଏହି ଘଟଣା ପରେ ବର୍ତ୍ତମାନ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ପଡୋଶୀ ଛତିଶଗଡ ସୀମାରେ ରହିଥିବାରୁ ଅନେକ ସମୟରେ ମାଓବାଦୀ ମାନେ ନୂଆପଡ଼ା ଜିଲ୍ଲାରେ ତାଣ୍ଡବ କରି ଛତିଶଗଡ଼ରେ ଲୁଚି ରହିଥାନ୍ତି । ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ଙ୍କୁ ଏ ସମ୍ପର୍କରେ ପଚାରିବାରୁ ବର୍ତ୍ତମାନ ସେହି ଅଞ୍ଚଳରେ କମ୍ବିଂ ଚାଲିଛି ।
ସରକାରଙ୍କ ବିକାଶ କାମ କୁ ମାଓବାଦୀ ମାନେ ବିରୋଧ କରି ଏପରି ହିଂସା କରୁଛନ୍ତି । ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଆଗରୁ ବି ମାଓବାଦୀମାନେ ଏହିଭଳି ଅନେକ ହିଂସାକାଣ୍ଡ କରିଛନ୍ତି ।
ବର୍ତ୍ତମାନ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ନୂଆପଡ଼ା-ମୈନପୁର ଡିଭିଜନ ନକ୍ସଲ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ସୂଚନା ରହିଛି । ସରକାରଙ୍କୁ ବିରୋଧ କରି ପଲିଥିନରେ ଲେଖି ନଅ ଗୋଟି ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ।












Click it and Unblock the Notifications